ଭୁବନେଶ୍ୱର : ଦିନରାତି ଅବିରତ ଜଳୁଛି ଷ୍ଟ୍ରିଟ୍ ଲାଇଟ୍। ଗୋଟିଏ କିମ୍ବା ଦୁଇଟ ଜାଗାରେ ନୁହେଁ ବରଂ ଭୁବନେଶ୍ବରର ଏକାଧିକ ଜାଗାରେ ଜଳୁଛି। ଗୋଟିଏ ପଟେ ଦିନକୁ ଦିନ ବିଜୁଳି ବୋଝ ବଢ଼ି ବଢ଼ି ଚାଲିଥିବା ବେଳେ ଏଭଳି ବିଜୁଳି ଅପଚୟକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। କୌତୁହଳପ୍ରଦ ହେଉଛି, କେଉଁଠି ଦିନରେ ଜଳୁଥିବା ବେଳେ ରାତିରେ ଜଳୁନାହିଁ, ଆଉ କେଉଁଠି ଦିନରାତି ଜଳୁଛି। ଏଥିପ୍ରତି ବିଏମ୍ସି ନଜର ଦେଉନାହିଁ।
/sambad/media/post_attachments/wp-content/uploads/2020/11/stree-light-300x101.jpg)
ସୂଚନା ମୁତାବକ, ରାଜମହଲରୁ ଶିଶୁ ଭବନ ଯିବା ବାଟରେ ବାପୁଜୀନଗରରେ ଏକ ଖୁଣ୍ଟିରେ ଦିନରାତି ଲାଇଟ୍ ଜଳୁଛି। ସେହିଭଳି ଜନପଥରେ ଅମ୍ବର ସାମ୍ନାରେ ଏକ ଷ୍ଟ୍ରଟ୍ ଲାଇଟ୍ ଜଳୁଛି। ଏଠାରେ ପାଖାପାଖି ୩୦ ଦିନ ହେବ ଏହି ଲାଇଟ୍ ଜଳୁଛି। ସେହିଭଳି ଲକ୍ଷ୍ମୀସାଗର ମେଳଣ ପଡ଼ିଆରେ ଏକ ହାଇମାଷ୍ଟ ଲାଇଟ୍ ଦୀର୍ଘ ଦିନ ହେବ ଦିନରେ ଜଳୁଛି। ସେହିଭଳି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବାସଭବନ ଗଳିରେ ମଧ୍ୟ ଦୀର୍ଘ ଦିନ ହେବ ଏକ ଷ୍ଟ୍ରିଟ୍ ଲାଇଟ୍ ଜଳିଆସୁଛି। ସେହିଭଳି ଭୁବନେଶ୍ବର କ୍ଲବ ପଛ ପାଖରେ ମଧ୍ୟ ଦିନରାତି ଷ୍ଟ୍ରିଟ୍ ଲାଇଟ୍ ଜଳୁଛି। ସେହିଭଳି ହଂସପାଳ ଛକରେ ମଧ୍ୟ ନିୟମିତ ଏକ ଷ୍ଟ୍ରିଟ୍ ଲାଇଟ୍ ଜଳୁଛି। ଏହି ସବୁ ବ୍ୟବସ୍ଥା ବିଏମ୍ସି ଅଧୀନରେ ରହିଛି। କେତେକ ଜାଗାରେ ଟାଇମର ସେଟିଂକୁ ନେଇ ସମସ୍ୟା ରହିଛି। ଫଳରେ ଦିନରେ ଜଳୁଛି ଓ ରାତିରେ ଲିଭୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Laxmisagar-Melan-padia.jpg)