ଭୁବନେଶ୍ବର : ଆଜି ହାଇଟେକ୍ ମେଡିକାଲ କଲେଜ୍ର ଅଷ୍ଟମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ବତନ୍ତ୍ର ଅତିଥି ଭାବେ ଆଫଗାନିସ୍ଥାନର ସାମାଜିକ କର୍ମୀ ବ୍ରେସ୍ନା ମୁସାଯାଇ ଯୋଗଦେଇ ମାନବର ସେବାରେ ବ୍ରତୀ େହବା ପାଇଁ ମେଡିକାଲ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି। ମୁଖ୍ୟ ଅତିଥି ଭାବେ ମାଳଦୀପ ସରକାରଙ୍କର ମୁଖ୍ୟ ସଚିବ ଡ. ଅଲ୍ଲି ସମିନ୍ ଯୋଗଦେଇ କହିଲେ, ଡାକ୍ତର ହେଲେ ହିଁ ସିଧା ସଳଖ ମାନବର ସେବା କରିବା ପାଇଁ ସୁଯୋଗ ମିଳିବ। ହାଇଟେକ୍ ମେଡିକାଲ କଲେଜ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ସଭାପତିତ୍ବ କରିବା ଅବସରରେ ଡାକ୍ତରୀ ଶିକ୍ଷାର ମହତ୍ବ ସମ୍ବନ୍ଧରେ ଆଲୋଚନା କରିଥିଲେ। ମେଡିକାଲ କଲେଜ୍ ଅଧ୍ୟକ୍ଷ ଡା. ବିକେ ପଟ୍ଟନାୟକ, ଡିନ୍ ଡା. ଏସ୍କେ ବାସୁ, ଉପଦେଷ୍ଟା କେକେ ସିଂହ, ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଡା. ଲିସା ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିବା େବେଳ ସିଇଓ ଡା. ଭୀଷ୍ମ ପ୍ରସାଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଶାସନିକ ଅଧିକାରୀ ଡା. ଗୋପେଶ୍ବର ଆଚାର୍ଯ୍ୟ ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ବଣ୍ଟନ ଉତ୍ସବକୁ ପରିଚାଳନା କରିଥିଲେ।
ହାଇଟେକ୍ ମେଡିକାଲ କଲେଜର ସମାବର୍ତ୍ତନ ଉତ୍ସବ
/sambad/media/post_attachments/wp-content/uploads/2018/10/hitech-medical-college.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)