ଧଉଳି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଉତ୍ତରା ଓ ଧଉଳି ଛକ ମଧ୍ୟରେ ଆଜି ଏକ ହାଇଓ୍ଵା ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧାଙ୍କ ପରିଚୟ ମିଳିପାରିନି। ଧଉଳି ଥାନା ପୁଲିସ ଏନେଇ ନମ୍ବର ୮୬/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି। ପ୍ରାପ୍ତ ସୂଚନାନୁଯାୟୀ, ଏହି ମହିଳାଜଣଙ୍କ ଏଠାରେ ଏକ ଢାବାରେ କାମ କରୁଥିଲେ। ଆଜି ଭୋର୍ ପ୍ରାୟ ୫ଟାରେ ସେ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଭୁବନେଶ୍ୱରରୁ ଉତ୍ତରା ଛକ ଅଭିମୁଖେ ଯାଉଥିବା ଦ୍ରୁତଗାମୀ ହାଇଓ୍ଵା (ଓଡି ୦୨-୮୦୩୨) ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ଧଉଳି ଥାନା ପୁଲିସ ଶବକୁ ବ୍ୟବଚ୍ଛେଦ କରାଇ ଶବ ସଂରକ୍ଷଣ ଗୃହରେ ରଖିଛି।
ହାଇଓ୍ଵା ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2018/06/dead-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)