ବାରଙ୍ଗ: ବାରଙ୍ଗ ଥାନା ସମ୍ମୁଖ ଆନନ୍ଦବଜାର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ସ୍ପଲ୍ ବୋଝେଇ ହାଇୱା ଅନ୍ୟ ଏକ ଟ୍ରକ୍କୁ ଧକ୍କା ଦେବାରୁ ଏଥିରେ ହାଇଓ୍ଵା ଚାଳକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣାଟି ଭାଙ୍ଗିରୁଜି ଚୂରମାର ହୋଇଯାଇଥିବା ବେଳେ ଟ୍ରକ୍ଟି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ପୁଲିସ ସୂଚନା ଅନୁଯାୟୀ, ରାତି ପ୍ରାୟ ୩ଟା ବେଳେ ଗାଡ଼ି ନମ୍ବର ଓଡି୦୨ଏଏଫ୍୮୮୧୧ ହାଇୱାଟି ଖୋର୍ଧାରୁ ବାରଙ୍ଗ ଦେଇ କଟକ ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା। ଆଗରେ ଯାଉଥିବା ଅନ୍ୟ ଏକ ଟ୍ରକ୍ ଅଚାନକ ହମ୍ପ୍ସ ନିକଟରେ ବ୍ରେକ୍ ଦେଇ ଛିଡ଼ା ହୋଇଯାଇଥିଲା। ଫଳରେ ଭାରସାମ୍ୟ ହରାଇ ହାଇୱାଟି ଏହା ପଛରେ ପିଟି ହେବା ସହ ରାସ୍ତା ପାର୍ଶ୍ୱରେ ଥିବା ମଣ୍ଡପ ଉପରେ ଚଢ଼ି ଯାଇଥିଲା। ଖବର ପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାରଙ୍ଗ ଅଗ୍ନିଶମ ବିଭାଗ ସହାୟତାରେ ହାଇୱା ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ତେବେ ବାରଙ୍ଗ ରାସ୍ତାରେ ରାତିରେ ବାଲି, ମାଟି, ମୋରମ, ପଥର, ସ୍ପଲ ଆଦି ଟ୍ରକ, ହାଇୱା ଓ ଦଶ ଚକିଆ ଯାନରେ ବେଧଡ଼କ୍ ଚୋରା ଚାଲାଣ ହେଉଛି। ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି। ଏନେଇ କୌଣସି ତଦାରଖ ହେଉନଥିବାରୁ ଗୋଟେ ପରେ ଗୋଟେ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ପଥର ବୋଝେଇ ଟ୍ରକ ଚାପାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ହାଇୱା ଚାଳକଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣାରେ ହାଇୱା ଚୂରମାର୍
/sambad/media/post_attachments/wp-content/uploads/2018/06/haiwa-accident-baranga.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)