ଭୁବନେଶ୍ୱର : ରସୁଲଗଡ଼ ଛକ ନିକଟରେ ରାସ୍ତା ଉପରେ ଏକ ହାଇଓ୍ୱା ଜଳି ଯାଇଛି। ହାଇଓ୍ୱାଟି ରସୁଲଗଡ଼ରୁ ମଞ୍ଚେଶ୍ବର ଅଭିମୁଖେ ଯାଉଥିବା ବେଳେ ପ୍ରଥମେ ଇଞ୍ଜିନ୍ରୁ ଧୂଆଁ ବାହାରିବା ଦେଖି ଚାଳକ ଓ ହେଲପର୍ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଏହାର ଅଳ୍ପ ସମୟ ଭିତରେ ସେଥିରୁ ହୁତୁହୁତୁ ହୋଇ ନିଆଁ ଜଳିଥିଲା।
ଖବର ପାଇ କଳ୍ପନା ଛକସ୍ଥିତ ଅଗ୍ନିଶମ କେନ୍ଦ୍ରର ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କିନ୍ତୁ ସେତେବେଳକୁ କ୍ୟାବିନ୍ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା। ସଟ୍ ସର୍କିଟ୍ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ, ଗତ ୧୯ ତାରିଖ ମଧ୍ୟରାତିରେ ପାହାଳ ନିକଟରେ ଏକ ଚଳନ୍ତା ହାଇଵାରେ ନିଆଁ ଲାଗି ଜଳି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/haiwa.jpg)