ହିମାଳୟ ଭାଲୁ ‘ଶମ୍ଭୁ’ ଗୁରୁତର

ବାରଙ୍ଗ : ନନ୍ଦନକାନନ ପ୍ରଣୀ ଉଦ୍ୟାନର ଅଣ୍ଡିରା ହିମାଳୟ କଳା ଭାଲୁ ‘ଶମ୍ଭୁ’(୩୦)ର ଅବସ୍ଥା ଗୁରୁତର ହୋଇଛି। ପ୍ରାୟ ଦୁଇ ମାସ ହେଲା ସେ ଖାଦ୍ୟ ଗ୍ରହଣ କରୁ ନାହିଁ। ଦିନକୁ ଦିନ ସେ ରୁଗ୍‌ଣ ହୋଇ ପଡ଼ିଥିବା ଦେଖି ଚିକିତ୍ସା ଲାଗି ତାକୁ ୧୬ ‘ଖ’ ଖୁଆଡ଼ ପଛ ପାଖ ଖାଦ୍ୟ ଗ୍ରହଣ କକ୍ଷରେ ରଖାଯାଇଥିଲା। ସେଠାରେ ତାକୁ ଆଖୁ ରସ ଦିଆଯାଉଥିଲା। ଏବେ ସେ ତରଳ ଖାଦ୍ୟ ଖାଇବା ମଧ୍ୟ ଛାଡି ସାରିଲାଣି। ରୋଗ ପ୍ରତିରୋଧକ ସହିତ ପାକ କ୍ରିୟା ଠିକ୍‌ ରଖିବା ଲାଗି ଲିଭର୍‌ ଟନିକ୍‌ ଓ ଆଣ୍ଟିଟ୍ରେସ୍‌ ଦିଆଯାଇ ଚିକିତ୍ସା କରାଯାଉଥିଲା। ହେଲେ କିଛି ଫଳ ମିଳି ନଥିଲା। ଆଜି ୱାଇଲ୍‌ଡ୍‌ ଲାଇଫ ସେଣ୍ଟର୍‌ର ସଂଯୋଜକ ଡ. ନିରଞ୍ଜନ ସାହୁ ତାର ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ। ତାର ଜୀବନ ପ୍ରତି ବିପଦ ଥିବା ଆଶଙ୍କା ସୃଷ୍ଟି ହୋଇଛି। ‘ଶମ୍ଭୁ’ ଗତ ୧୯୮୮ ମସିହାରେ ନନ୍ଦନକାନନର ମାଈ କଳା ହିମାଳୟ ଭାଲୁ ବୁଲୁ ଓ ଅଣ୍ଡିରା ନାଲୁଙ୍କ ମିଳନରୁ ଜନ୍ମ ଲାଭ କରିଥିଲା। ଏବେ ନନ୍ଦନକାନନରେ ମୋଟ ୫ଟି କଳା ହିମାଳୟ ଭାଲୁ ଅଛନ୍ତି।

ସମ୍ବନ୍ଧିତ ଖବର