ନନ୍ଦନକାନନରେ ଏକ ହିମାଳୟ କଳା ଭାଲୁ ମୃତ

ଭୁବନେଶ୍ୱର: ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ ଆଜି ଅପରାହ୍ନରେ ଏକ ହିମାଳୟ କଳା ଭାଲୁର ମୃତ୍ୟୁ ହୋଇଛି। ଏହି ଭାଲୁଟି ଯକ୍ଷ୍ମାରୋଗରେ ପୀଡ଼ିତ ଥିଲା ବୋଲି ନନ୍ଦନକାନନ ପକ୍ଷରୁ କୁହାଯାଇଛି। ଯକ୍ଷ୍ମାରୋଗରେ ପୀଡ଼ିତ ହେବା ପରେ ଭାଲୁଟିକୁ ପଶୁଡାକ୍ତରଙ୍କ ପରାମର୍ଶ କରାଯାଇଥିଲା। କୋଭିଡ ଗାଇଡଲାଇନ ଅନୁସାରେ ଭାଲୁଟି ଗତ ମାସ ୧୭ ତାରିଖରୁ ଚିକିତ୍ସାଧୀନ ଅବସ୍ଥାରେ ଥିଲା। ବର୍ତ୍ତମାନ ନନ୍ଦନକାନନରେ ଆଉ ୨ଟି ପୁରୁଷ ଓ ୩ଟି ମାଈ ହିମାଳୟ କଳା ଭାଲୁ ଅଛନ୍ତି।

ସମ୍ବନ୍ଧିତ ଖବର