ଚନ୍ଦ୍ରଶେଖରପୁର: ଫେସ୍ବୁକ୍ରେ ମା’ଦୁର୍ଗା ଓ ଲକ୍ଷ୍ମୀଙ୍କ ସମ୍ପର୍କରେ ଅଶ୍ଳୀଳ ଭାଷା ପ୍ରୟୋଗ କରାଯାଇଛି। ହିନ୍ଦୁ ଧର୍ମକୁ ଆକ୍ଷେପ କରି ବିଭିନ୍ନ ମନ୍ତବ୍ୟ ଦିଆଯାଇଛି। ଏହାର ପ୍ରତିବାଦରେ ଆଜି ରୁଦ୍ରସେନା ସଂଗଠନ ପକ୍ଷରୁ ସହିଦନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଯାଇଥିବା ଏହି ଦାବିପତ୍ରରେ ରାଜକିଶୋର ମଲ୍ଲିକ ନାମକ ଜଣେ ବ୍ୟକ୍ତି ଏଭଳି ଅଶାଳୀନ ମନ୍ତବ୍ୟ ଦେଇଥିବା ଉଲ୍ଲେଖ କରାଯାଇଛି। ତେଣୁ ଅଭିଯୁକ୍ତକୁ ଠାବ କରାଯାଇ ଗିରଫ କରିବା ନେଇ ଦାବି କରାଯାଇଛି। ସଂଗଠନ ସଭାପତି ସଞ୍ଜୀବ କୁମାର ମିଶ୍ର, ନରୋତ୍ତମ ଦାସ, ତାରିଣୀ ପ୍ରସାଦ ତ୍ରିପାଠୀ, ଦେବାଶିଷ ମିଶ୍ର, ସଞ୍ଜୀବ କୁମାର ଦାଶ, ଜ୍ୟୋତିକର, ପ୍ରମିଳା ଓଝା, ଗୋଲାପ ସିଂ, ସୌଭାଗ୍ୟ ଲେଙ୍ଗା, ଶୁଭ୍ରାଂଶୁ ଶେଖର ନାୟକ ଓ ବିକାଶ ଚନ୍ଦ୍ର ବେହେରା ଅଭିଯୋଗ ବେଳେ ଥାନା ନିକଟରେ ଉପସ୍ଥିତ ଥିଲେ।
ଫେସ୍ବୁକ୍ରେ ହିନ୍ଦୁ ଦେବୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ମାମଲା
/sambad/media/post_attachments/wp-content/uploads/2020/09/5f4hsf4h98sfh79hhsfhsfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)