୬ରୁ ଖୋଲିବ ଐତିହ୍ୟ ସ୍ମାରକୀ

ଭୁବନେଶ୍ବର: ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ସଂରକ୍ଷିତ ସ୍ମାରକୀ କୀର୍ତିରାଜି ଆସନ୍ତା ୬ ତାରିଖରୁ ଖୋଲିବ। କଟକଣା ପାଳନ ସହ ଏସବୁ ଖୋଲିବା ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଜଣାଇଛନ୍ତି। ସେ ଜଣାଇଛନ୍ତି ଯେ ନନ୍‌-କଣ୍ଟେନମେଣ୍ଟ ଅଞ୍ଚଳରେ ଥିବା ସ୍ମାରକୀ ଓ ସଂଗ୍ରହାଳୟଗୁଡ଼ିକ କେବଳ ଲୋକଙ୍କ ପାଇଁ ଖୋଲି ପାରିବ। ତେବେ ସମସ୍ତ ସଂରକ୍ଷିତ କୀର୍ତିରାଜିରେ ନୀତି ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି। ସାନିଟାଇଜେସନ୍‌, ସାମାଜିକ ଦୂରତା ଏବଂ ଅନ୍ୟ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କଟକଣାକୁ ମାନିବା ପାଇଁ ନିର୍ଦେଶ ଦିଆଯାଇଛି। ତେବେ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ମଧ୍ୟ ଏ ସମ୍ପର୍କରେ ନିର୍ଦିଷ୍ଟ ନିର୍ଦେଶନାମା ଜାରି କରିପାରିବେ। ସୂଚନାଯୋଗ୍ୟ ଏଏସଆଇ ମୋଟ ୩୬୯୧ଟି ସଂରକ୍ଷିତ କୀର୍ତିରାଜି ଥିବା ବେଳେ ସେଥିମଧ୍ୟରୁ ୮୨୦ଟି ସଂରକ୍ଷିତ କୀର୍ତିରାଜି ଜୁନ୍‌ ୮ରୁ ଖୋଲା ଯାଇଛି। ଏଥିପାଇଁ ଏଏସ୍‌ଆଇ ପକ୍ଷରୁ ସ୍ବତନ୍ତ୍ର ଏସ୍‌ଓପି ମଧ୍ୟ ଜାରି ହୋଇଛି।

ସମ୍ବନ୍ଧିତ ଖବର