ବିଏସ୍‌ସିଏଲ୍‌ ପକ୍ଷରୁ ଐତିହ୍ୟ ପଦଯାତ୍ରା

ଭୁବନେଶ୍ବର: ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଭୁବନେଶ୍ବର ସ୍ମାର୍ଟସିଟି ଲିମି‌ଟେଡ୍‌ ପକ୍ଷରୁ ଆଜି ପୁରୁଣା ଭୁବନେଶ୍ବରରେ ଐତିହ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ଆଜି ସକାଳ ୭ଟାରୁ ମୁକ୍ତେଶ୍ବର ମନ୍ଦିରଠାରୁ ଆରମ୍ଭ ହୋଇ ପର୍ଶୁରାମେଶ୍ବର ମନ୍ଦିର, ବିନ୍ଦୁସାଗର, ଅନନ୍ତ ବାସୁଦେବ ମନ୍ଦିର, ପୁରୁଣା ଧର୍ମଶାଳା ଦେଇ ଶାରି ମନ୍ଦିର, ଚିତ୍ରକାରିଣୀ ମନ୍ଦିର ନିକଟସ୍ଥ ଲିଙ୍ଗରାଜ ମନ୍ଦିରର ଉତ୍ତରଦ୍ବାର ନିକଟରେ ପହଞ୍ଚିଥିଲା। ହାଇଦ୍ରାବାଦର ସଂରକ୍ଷଣ ସ୍ଥପତି ଅପୂର୍ବା ପିଲାଇ କହିଥିଲେ, ଏହି ପଦଯାତ୍ରାରେ ସାମିଲ ହୋଇ କଳିଙ୍ଗ ମନ୍ଦିର ସ୍ଥାପତ୍ୟ ଉପରେ ଅନେକ କଥା ଜାଣିବାକୁ ମିଳିଲା। ଏହି ମନ୍ଦିରଗୁଡ଼ିକ ହିନ୍ଦୁ ଓ ବୌଦ୍ଧ ଇତିହାସ ସହ ଜଡ଼ିତ ହୋଇଥିବାରୁ ମନ୍ଦିର କାରୁକାର୍ଯ୍ୟରୁ ବହୁ ତଥ୍ୟ ବିଷୟରେ ଅବଗତ ହେଲି। ଏହି ପଦଯାତ୍ରାର ଅନୁଭୂତି ଅବର୍ଣ୍ଣନୀୟ ବୋଲି ସେ କହିଥିଲେ। ପ୍ରାୟ ୭୫ଜଣ ପଦଯାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ସ୍ବେଚ୍ଛାସେବୀ ସଂଗଠନ ସାଧନା ଓ ୟୁଆରସି କନଷ୍ଟ୍ରକସନ୍‌ ପକ୍ଷରୁ ସହଯୋଗ କରାଯାଇଥିଲା।

ସମ୍ବନ୍ଧିତ ଖବର