ଭୁବନେଶ୍ବର: ଐତିହାସିକ ଲଲାଟେନ୍ଦୁ ଦାସମହାପାତ୍ରଙ୍କ ରଚିତ ପୁସ୍ତକ ‘ମ୍ୟାପିଂ ଦି ପାଷ୍ଟ’ ରବିବାର ଶିକ୍ଷାସନ୍ଧାନ ଲାଇବ୍ରେରି ହଲ୍‌ରେ ଲୋକାର୍ପିତ ହୋଇଯାଇଛି। ଶିକ୍ଷାସନ୍ଧାନ ଅନୁଷ୍ଠାନ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଲେ, ଓଡ଼ିଶା ଇତିହାସ ପ୍ରତି ଶ୍ରୀ ଦାସମହାପାତ୍ରଙ୍କର ଅବଦାନ ଅତୁଳନୀୟ।

Advertisment

କବି କେଦାର ମିଶ୍ର ଓ ରେଭେନ୍ସା ବିଶ୍ବବିଦ୍ୟାଳୟର ଇତିହାସ ବିଭାଗର ଆସୋସିଏଟ୍ ପ୍ରଫେସର୍ ଉମାକାନ୍ତ ମିଶ୍ର ପୁସ୍ତକ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ପୁସ୍ତକର ଲେଖକ ଶ୍ରୀ ଦାସମହାପାତ୍ର କହିଲେ, ଏହି ପୁସ୍ତକ କୌଣସି ନିର୍ଦ୍ଦିଷ୍ଟ ବିଷୟକୁ ନେଇ ଲେଖା ଯାଇନାହିଁ। ଏଥିରେ ସ୍ଥାନ ପାଇଥିବା ପ୍ରବନ୍ଧଗୁଡ଼ିକ ବିଭିନ୍ନ ସମୟରେ ହୋଇଥିବା ଆଲୋଚନାଚକ୍ରମାନଙ୍କର ମୁଖ୍ୟ ବିଷୟବସ୍ତୁ ଉପରେ ପର୍ଯ୍ୟବସିତ। ଅନୁଷ୍ଠାନର ସଦସ୍ୟ ସମ୍ପାଦକ ଅନିଲ ପ୍ରଧାନ ସ୍ବାଗତଭାଷଣ ଓ ଧନ୍ୟବାଦ ଦେଇଥିଲେ।