ରାଉରକେଲା: ଉତ୍କର୍ଷତା ଦିଗରେ ପୁଣି ଏକ ଐତିହାସିକ ସଫଳତା କରିଛି ଆର୍‌ଏସ୍‌ପି। ଷ୍ଟିଲ୍ ମେଲ୍ଟିଂ ସପ୍-୨ର ନୂତନ ତଥା ଅତ୍ୟାଧୁନିକ କାଷ୍ଟର-୪ରୁ ଉତ୍ପାଦନ ଆରମ୍ଭ ହୋଇଛି। ଗତ ୧୩ ତାରିଖ ସନ୍ଧ୍ୟାରେ ଏଠାରେ ପ୍ରଥମ କାଷ୍ଟ୍ ସଫଳତାର ସହିତ ସମ୍ପାଦିତ ହୋଇଥିଲା। ଚୁକ୍ତିର ମାତ୍ର ୪୪ ମାସ ମଧ୍ୟରେ କାଷ୍ଟର୍‌-୪ କାର୍ଯ୍ୟକ୍ଷମ ହୋଇ ସମଗ୍ର ସେଲ୍‌ରେ ନୂଆ ରେକର୍ଡ ସୃଷ୍ଟି କରିଛି।

Advertisment

ଉଲ୍ଲେଖଯୋଗ୍ୟ, ଏହି କାଷ୍ଟର-୪ ପ୍ରକଳ୍ପ ପାଇଁ ୨୦୨୨ ଫେବ୍ରୁଆରି ୧୬ ତାରିଖରେ ସେଲ୍‌ ଏବଂ ନୂଆଦିଲ୍ଲୀସ୍ଥ ଏସ୍‌ଏମ୍‌ଏସ୍‌ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ଏସ୍‌ଏମ୍‌ଏସ୍‌ ଗ୍ରୁପ୍ ଜିଏମ୍‌ବିଏଚ୍‌, ଜର୍ମାନୀ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

ଏହି ସଫଳତା ନେଇ କାରଖାନାର ଭାରପ୍ରାପ୍ତ ନିର୍ଦେଶକ ଆଲୋକ ବର୍ମା କହିଛନ୍ତି, ସବୁ ବିଭାଗର ସହଯୋଗ ଓ ନିଷ୍ଠାପର ପ୍ରୟାସ ଯୋଗୁ ଏହି ସଫଳତା ହାସଲ ହୋଇପାରିଛି। ଐକ୍ୟବଦ୍ଧ ହୋଇ ଆର୍‌ଏସ୍‌ପି ତଥା ସମଗ୍ର ସେଲ୍‌କୁ ଉଚ୍ଚଶିଖରରେ ପହଞ୍ଚାଇବାବୋଲି କହିଥିଲେ।

 Rourkela