ହକି କଲା ମତୁଆଲା, ମ୍ୟାଚ୍‌ ଦେଖିଲେ ଲିଲିମାଙ୍କ ପରିବାର

କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ହକି ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ପ୍ରତି‌ଯୋଗିତା ପୁଣି ରାଜଧାନୀର କ୍ରୀଡ଼ାପ୍ରେମୀଙ୍କୁ ମତୁଆଲା କରିଛି। ଭାରତୀୟ ଦଳ ପ୍ରଶଂସକଙ୍କୁ ନିରାଶ କରି ନଥିଲା। ପୁରୁଷ ଦଳ ୪-୨ ଗୋଲ୍‌ରେ ରୁଷିଆକୁ ଏବଂ ମହିଳା ଦଳ ୫-୧ରେ ଆମେରିକାକୁ ଏକତରଫା ଭାବେ ହରାଇ ଟୋକିଓ ଟିକେଟ୍‌ର ନିକଟତର ହୋଇଛନ୍ତି। ଶନିବାର ପୁଣି ଉଭୟ ଦଳ ମୁହାଁମୁହିଁ ହେବେ।

ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମହିଳା ହକି ଆନୁଷ୍ଠାନିକ ଭାବେ ପଦାର୍ପଣ କରିଥିଲା। ତିନି ଓଡ଼ିଆ ତାରକା ଲିଲିମା ମିଞ୍ଜ, ଦୀପଗ୍ରେସ୍‌ ଏକ୍କା ଏବ˚ ନମିତା ଟପ୍ପୋ ସେଥିପାଇଁ ଆଜି ମୁକାବିଲାର ମୁଖ୍ୟ ଆକର୍ଷଣ ଥିଲେ। ଲିଲିମା ମିଞ୍ଜଙ୍କ ପରିବାରକୁ ମଧୢ ଷ୍ଟାଡିୟମ ପରିସରରେ ଦେଖିବାକୁ ମିଳିଥିଲା। ଲିଲିମାଙ୍କ ପିତା ଅଞ୍ଜୁଲୁସ ମିଞ୍ଜ ଏବ˚ ମାତା ସିଲଭିଆ ମିଞ୍ଜ ମ୍ୟାଚ୍‌ର ଭରପୁର ମଜ୍ଜା ନେଇଥିଲେ। ସେମାନେ ସପରିବାରେ ଦର୍ଶକ ଗ୍ୟାଲେରିରେ ବସି ନିଜ ଝିଅର ଖେଳ ଦେଖିଥିଲେ। ଲିଲିମା ମଧୢ ସେମାନଙ୍କୁ ନିରାଶ କରି ନଥିଲେ। ଭାରତ ପକ୍ଷରୁ ପ୍ରଥମ ଗୋଲ୍‌ ସେ ହିଁ ଦେଇଥିଲେ। ଦୀପଗ୍ରେସ୍‌ ଏବ˚ ନମିତାଙ୍କ କିଛି ସମ୍ପର୍କିୟ ଏବ˚ ପରିବାର ମଧୢ ମ୍ୟାଚ୍‌ ଦେଖିବାକୁ କଳିଙ୍ଗ ଷ୍ଟାଡିୟମ୍‌ ଆସିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର