ରାଉରକେଲା: ଚତୁର୍ଥ ରାଜ୍ୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାକୁ ସେଲ୍ ହକି ଏକାଡେମୀ ଜିତିନେଇଛି। ରବିବାର ଅପରାହ୍ଣରେ ଖେଳାଯାଇଥିବା ସେଲ୍ ହକି ଏକାଡେମୀ ଓ ସୁନ୍ଦରଗଡ଼ ହକି ସଂଘ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା।
ମ୍ୟାଚ୍ ଆରମ୍ଭରୁ ଶେଷପର୍ଯ୍ୟନ୍ତ ଉଭୟ ଦଳର ଆକ୍ରମଣ ପ୍ରତିଆକ୍ରମଣ ଦେଖିବାକୁ ମିଳିଥିଲା। ତେବେ ସେଲ ହକି ଏକାଡେମୀ ୨-୧ରେ ଗୋଲ୍ରେ ମ୍ୟାଚ୍କୁ ଜିତିନେଇଛି। ସେଲ୍ ହକି ଏକାଡେମୀର କ୍ରିଷ୍ଣା ମୋହନ ୨ଟି ଗୋଲ୍ ଦେଇଥିବାବେଳେ ସୁନ୍ଦରଗଡ଼ର ସୁଜିତ ବାର୍ଲା ଗୋଟିଏ ଗୋଲ୍ ଦେଇଥିଲେ।
ସେଲ୍ ହକି ଏକାଡେମୀର ପ୍ରୀତମ ଏକ୍କା ଫାଇନାଲ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବାବେଳେ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ସୁଜିତ ବାର୍ଲା (ସୁନ୍ଦରଗଡ଼), ଶ୍ରେଷ୍ଠ ଗୋଲ୍କିପର ବିନିତ କିଣ୍ଡୋ (ସୁନ୍ଦରଗଡ଼), ଶ୍ରେଷ୍ଠ ଡିଫେଣ୍ଡର୍ ଲେଲସନ ମିଞ୍ଜ (ସେଲ୍ ହକି ଏକାଡେମୀ), ଶ୍ରେଷ୍ଠ ମିଡ୍ଫିଲଡର୍ ଆନନ୍ଦ ହସ୍ତୀ (ଗାଙ୍ଗପୁର ହକି ଆସୋସିଏସନ), ଶ୍ରେଷ୍ଠ ଫର୍ୱାର୍ଡ୍ ଯୋଜିନ ମିଞ୍ଜ (ଓଡ଼ିଶା ନାଭାଲ ଟାଟା ହକି ଏଚ୍ପିସି) ଓ ଶ୍ରେଷ୍ଠ କୋଚ୍ ରାଜୁକାନ୍ତ ସାଇନୀ (ସେଲ୍ ହକି ଏକାଡେମୀ) ପୁରସ୍କୃତ ହୋଇଛନ୍ତି। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ପଞ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ରାଜ୍ୟ କ୍ରୀଡ଼ା ବିଭାଗର ଉପ-ନିର୍ଦେଶକ ସୁଦୀପ୍ତ ନାଏକ, ହକି ଓଡ଼ିଶା ସାଧାରଣ ସମ୍ପାଦକ ସନାତନ ସାହୁ, ଯୁଗ୍ମ ସମ୍ପାଦକ ରଞ୍ଜନ ଦାସ, ବରିଷ୍ଠ କୋଚ୍ କାଳୁ ଚରଣ ଚୌଧୁରୀ, ଲୁସିଲା ଏକ୍କା ପ୍ରମୁଖ ଯୋଗଦେଇଥିଲେ।
Rourkela | Hockey
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/21/rkl-2025-09-21-23-07-47.jpg)