ଭୁବନେଶ୍ୱର : ବିଶ୍ୱ ହକି ଲିଗ୍‌ ଫାଇନାଲକୁ ଆଉ ମାତ୍ର ୪ ଦିନ ବାକିଥିବାବେଳେ ରାଜଧାନୀରେ ଡେରା ପକାଇଥିବା ଭାରତୀୟ ହକି ତାରକାଙ୍କୁ ଆଜି ସେଲିବ୍ରେସନ୍‌ ମୁଡ୍‌ରେ ଦେଖିବାକୁ ମିଳିଥିଲା।

Advertisment

publive-imageଭାରତୀୟ ହକି ଦଳର ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ ପୁଅର ନାମକରଣ ଉତ୍ସବ ଶନିବାର ସତ୍ୟନଗର ସ୍ଥିତ ସେଣ୍ଟ ଭିନସେଣ୍ଟ କ୍ୟାଥଡ୍ରାଲ୍‌ ଚର୍ଚଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତୀୟ ହକି ଦଳର ସମସ୍ତ ଖେଳାଳିଙ୍କ ସହ ପ୍ରଶିକ୍ଷକ ଏବଂ ସହାୟକ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ। ସଂଯୋଗବଶତଃ ଶନିବାର ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ରାଜ୍ୟସଭା ସାଂସଦ ଦିଲୀପ ତିର୍କିଙ୍କ ଜନ୍ମ ଦିନ ବି ଥିଲା। ଉଭୟ ଉତ୍ସବ ଏକ ସଙ୍ଗରେ ପାଳିତ ହୋଇଥିଲା। ଦିଲୀପ ପତ୍ନୀ ମୀରାଙ୍କ ସହ ଏହି ଉତ୍ସବରେ ଯୋଗଦେଇ ବୀରେନ୍ଦ୍ରଙ୍କ ପୁଅକୁ ଆଶୀର୍ବାଦ କରିଥିଲେ। କେକ୍‌ ମଧ୍ୟ କାଟିଥିଲେ। ପୁଅର ନାଁ ରିହାନ ଲାକ୍ରା ରଖା ଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ବୀରେନ୍ଦ୍ର ଚଳିତ ବର୍ଷ ଜାନୁଆରି ୧୦ରେ ଝାଡ଼ଖଣ୍ଡ ଝିଅ ରଶ୍ମି କେର୍କେଟାଙ୍କୁ ବିବାହ କରିଥିଲେ।