ଆଶାକର୍ମୀଙ୍କ ଅହୋରାତ୍ର ଧାରଣା

ଭୁବନେଶ୍ବର:  ବିଭିନ୍ନ ଦାବି ନେଇ ଆଜି ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ଅହୋରାତ୍ର ଧାରଣା ଦିଆଯାଇଛି। ସଂଘ ପକ୍ଷରୁ ସାଧାରଣ ସମ୍ପାଦିକା ନମିତା ସାହୁ କହିଛନ୍ତି, ୧୦ ବର୍ଷର ଅଭିଜ୍ଞତା ଥିବା ଆଶାକର୍ମୀମାନଙ୍କୁ ଏଏନଏମ ଭାବେ ପଦୋନ୍ନତି, ଶିକ୍ଷାଗତ ଯୋଗ୍ୟତା‌ ଓ ୫ ବର୍ଷର ଅଭିଜ୍ଞତା ଥିବା ଆଶାମାନଙ୍କୁ ନର୍ସିଂ ସ୍କୁଲ ଓ କଲେଜରେ ତାଲିମ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ, ଆଶାକର୍ମୀମାନଙ୍କୁ ବୀମାଭୁକ୍ତ କରିବା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା, ମୃତ୍ୟୁକାଳୀନ ସହାୟତା ରାଶି ୩ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଆଦି ଦାବି ରହିଛି। ୨୦୧୧ ମସିହାରୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଦାବି ପୂରଣ କରିବାକୁ ସୁପାରିସ କରିଥିଲେ ମଧ୍ୟ ତାହା ଏଯାଏ ପୂରଣ ହୋଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର