ଭୁବନେଶ୍ବର: ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ମେଲୋଡି କିଙ୍ଗ୍ ଅଭିଜିତ ମଜୁମଦାରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଓଲିଉଡ୍ କଳାକାର। ଅଭିଜିତ ଏବେ କୋମାରେ ଥିବା ବେଳେ ‘ଓଡ଼ିଶା ଫିଲ୍ମ ଡିଷ୍ଟ୍ରିବ୍ୟୁସନD ସିଣ୍ଡିକେଟ୍’ର ସମ୍ପାଦକ ସଚ୍ଚିକାନ୍ତ ଜେନାଙ୍କ ସମେତ ପ୍ରଯୋଜକ ଶ୍ରୀଧର ମାର୍ଥା, ଜୁବୁଲି ସୁନ୍ଦରାୟ, ସଂଳାପକାର ରଜନୀ ରଞ୍ଜନ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଗଦାଧର ପୁଟ୍ଟୀ, ପ୍ରଣୟ ଜେଠୀ, ଶ୍ରୀତମ ଦାସ, ପ୍ରଯୋଜକ ବିବେକାନନ୍ଦ ବାରିକ, ସଞ୍ଜୟ ଭଟ୍ଟ, ଖଗେଶ୍ୱର ଜୟପୁରିଆ, ପ୍ରକାଶ ନାୟକ, କୋରିଓଗ୍ରାଫର ଲୁବୁନ, ଅଭିନେତ୍ରୀ ଅଙ୍କିତା, ପ୍ରିୟ ରଞ୍ଜନ ମହାନ୍ତି, କଣ୍ଠଶିଳ୍ପୀ ଅଂଶୁମାନ ନାୟକ, ଅନ୍ତରୀକ୍ଷା ନାୟକ, ପ୍ରଦୀପ, ଅନେକ ସଙ୍ଗୀତଜ୍ଞ ଓ ଓଲିଉଡ୍ ପରିବାରବର୍ଗ ଶ୍ରୀରାମ ମନ୍ଦିରରେ ସମୂହ ଦୀପଦାନ କରିଥିଲେ।
ଜୀବନ ସହ ସଂଗ୍ରାମ କରୁଥିବା ଅଭିଜିତ୍ ମଜୁମଦାର ଏବେ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି।