ପୃଷ୍ଟି ଫ୍ୟାସନ୍‌ରେ ହୋମ୍‌ ଫର୍ଣ୍ଣିସିଂ ଉପକରଣ ଫ୍ଲୋର୍‌ ଉଦ୍‌ଘାଟିତ

ଚନ୍ଦ୍ରଶେଖରପୁର : ଡମଣାସ୍ଥିତ ପୃଷ୍ଟି ଫ୍ୟାସନର ୪୦୦୦ ବର୍ଗଫୁଟ୍‌ ବିଶିଷ୍ଟ ଦ୍ୱିତୀୟ ଫ୍ଲୋର୍‌କୁ ‘ସମ୍ବାଦ’ ର ସମ୍ପାଦକ ତଥା ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ଉଦ୍‌ଘାଟନ କରିଛନ୍ତି। ପୃଷ୍ଟି ଫ୍ୟାସନ ନିଜର ବାଣିଜ୍ୟିକ କାରବାରକୁ ସମ୍ପ୍ରସାରଣ କରିବା ଅବସରରେ ଉଦ୍‌ଘାଟିତ ଏହି ଦ୍ୱିତୀୟ ଫ୍ଲୋର୍‌ରେ ହୋମ୍‌ ଫର୍ଣ୍ଣିସିଂ ବିଭିନ୍ନ ସାମଗ୍ରୀ ଉପଲବ୍ଧ ରହିଛି। ବିଭିନ୍ନ ଡିଜାଇନ୍‌ ତଥା ବ୍ରାଣ୍ଡ୍‌ର ଉପକରଣର ସମ୍ଭାର ଏହି ଫ୍ଲୋର୍‌ରେ ଗ୍ରାହକ ନିଜର ଚାହିଦା ମୁତାବକ ସମସ୍ତ ଦ୍ରବ୍ୟ ହାତପାହାନ୍ତାରେ ପାଇପାରିବେ। ଏହି ଅବସରରେ ଅନୁଷ୍ଠାନର ସତ୍ତ୍ୱାଧିକାରୀ କୁଞ୍ଜବିହାରୀ ପୃଷ୍ଟି, ଅକ୍ଷୟ ପୃଷ୍ଟି, ପୂର୍ଣ୍ଣଚନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ଏମାନଙ୍କ ସହିତ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର