ନିର୍ବାଚନ କାର୍ଯ୍ୟରେ ଯୋଗ ଦେବେନି ଗୃହରକ୍ଷୀ

ଭୁବନେଶ୍ବର: ଆସନ୍ତା ନିର୍ବାଚନ କାର୍ଯ୍ୟରେ ଗୃହରକ୍ଷୀମାନେ ସହଯୋଗ କରିବେ ନାହିଁ। ନିର୍ବାଚନରେ ସେମାନଙ୍କୁ ନିୟୋଜିତ କରିବା ପାଇଁ ନିର୍ଦେଶ ଦିଆଯାଇଥିବା ବେଳେ ଏହାକୁ ଖୋଲା ଖୋଲି ବିରୋଧ କରିଛି ରାଜ୍ୟ ଗୃହରକ୍ଷୀ ମହାସଂଘ। ମହାସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ କାର୍ଯ୍ୟରତ ୧୭,୬୭୫ ଗୃହରକ୍ଷୀ ଆଇନ୍‌ ଶୃଙ୍ଖଳାଠାରୁ ଆରମ୍ଭ କରି ନିର୍ବାଚନ କାର୍ଯ୍ୟରେ ସହଯୋଗ କରି ଆସୁଛନ୍ତି। ମାତ୍ର ରାଜ୍ୟ ସରକାର ସେମାନଙ୍କ ଦାବିକୁ ଅଣଦେଖା କରୁଛନ୍ତି। ରାଜ୍ୟ ସରକାର ଗୃହରକ୍ଷୀମାନଙ୍କ କ୍ଷେତ୍ରରେ କାହିଁକି ଅବହେଳା କରୁଛନ୍ତି ବୋଲି ମହାସଂଘ ପ୍ରଶ୍ନ କରିଛି? ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସମାନ କାମକୁ ସମାନ ଦରମା ନିର୍ଦ୍ଦେଶକୁ ସମସ୍ତ ରାଜ୍ୟ ସରକାର ମାନିଥିବା ବେଳେ ଓଡ଼ିଶା ସରକାର ଏହାକୁ ବେଖାତିର କରୁଛନ୍ତି। ଏଭଳି ପରିସ୍ଥିତିରେ ଜଣେ ହେଲେ ଗୃହରକ୍ଷୀ ନିର୍ବାଚନ କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ରାଜ୍ୟ ସରକାର ଓ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲେ ମଧ୍ୟ ନିର୍ବାଚନ କାର୍ଯ୍ୟରେ ଯୋଗ ଦେବା ପାଇଁ ସେମାନଙ୍କୁ ବାଧ୍ୟ କରାଯାଉଛି। ୧୯୬୧ ଓଡ଼ିଶା ଗୃହରକ୍ଷୀ ଆଇନ୍‌ରେ ବ୍ୟାପକ ସ˚ଶୋଧନ କରି ଚାକିରି ସର୍ତ୍ତାବଳୀ ନିର୍ଦ୍ଧାରଣ କରିବା ସହିତ ସେମାନଙ୍କୁ ସର୍ବନିମ୍ନ ବେତନ ହାରରେ ଦରମା ପ୍ରଦାନ କରା ନଗଲେ ଜଣେ ହେଲେ ଗୃହରକ୍ଷୀ ନିର୍ବାଚନ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ରାଜ୍ୟ ସଭାପତି ଉପେନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର