ଚେନ୍ନାଇରେ ହୋମିଓପାଥି ଚିକିତ୍ସକ ସମ୍ବର୍ଦ୍ଧିତ

ଭୁବନେଶ୍ୱର : ହୋମିଓପାଥି ଚିକିତ୍ସକମାନଙ୍କ ଏକ ସର୍ବଭାରତୀୟ ସମ୍ମିଳନୀ ଚେନ୍ନାଇଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ଜଣାଶୁଣା ହୋମିଓପାଥି ଚିକିତ୍ସକ ତଥା ଅଭିନ୍ନଚନ୍ଦ୍ର ହୋମିଓପାଥିକ୍‌ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନିରଞ୍ଜନ ମହାନ୍ତିଙ୍କୁ ‘ଏକ୍ସଲେନ୍‌ସି ଆଓ୍ଵାର୍ଡ’ ପ୍ରଦାନ କରାଯାଇଛି। ସମ୍ପ୍ରତ୍ତି ପ୍ରଫେସର ମହାନ୍ତି କେନ୍ଦ୍ରୀୟ ହୋମିଓପାଥିକ୍‌ ଅନୁସନ୍ଧାନ ସଂସ୍ଥା ଦ୍ୱାରା ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡର ଆଞ୍ଚଳିକ ଅନୁସନ୍ଧାନ କେନ୍ଦ୍ରର ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ। ସେ ନିଜ ବାସଭବନ ଧର୍ମବିହାରସ୍ଥିତ ପ୍ଲଟ୍‌ ନମ୍ବର-୯୨ରେ ହୋମିଓପାଥିକ୍‌ ଚିକିତ୍ସା ଜାରି ରଖିବା ସହ ବିଭିନ୍ନ ଦୁରାରୋଗ୍ୟ ବ୍ୟାଧି ଉପରେ ଗବେଷଣାରତ ଅଛନ୍ତି।

ସମ୍ବନ୍ଧିତ ଖବର