ନନ୍ଦନକାନନ ସରୀସୃପ ଉଦ୍ୟାନରେ ମହୁମାଛି ଆତଙ୍କ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ ଉଦ୍ୟାନ ନିକଟରେ ଆଜି ଅପରାହ୍ଣରେ ମହୁମାଛିଙ୍କ ଆକ୍ରମଣରେ ୨ ପର୍ଯ୍ୟଟକ ଓ ୨ କର୍ମଚାରୀ ଆହତ ହୋଇଛନ୍ତି। ସରୀସୃପ ଉଦ୍ୟାନ ନିକଟରେ ଥିବା ଅଶ୍ୱସ୍ତ ଗଛରେ କିଛି ମାଙ୍କଡ଼ ଡିଆଁ କୁଦ କରିଥିଲେ। ଗଛଟିରେ ଥିବା ଏକ ଫେଣାରୁ ମହୁମାଛିମାନେ ବାହାରି ପର୍ଯ୍ୟଟକ ଓ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ମହୁମାଛି ଆକ୍ରମଣରେ ସରୀସୃପ ଉଦ୍ୟାନରେ କାର୍ଯ୍ୟରତ ଦୁଇ ଜଣ ଜନ୍ତୁରକ୍ଷକ ନକୁଳ ବେଉରା, ପ୍ରଶାନ୍ତ କୁମାର ନାଏକ ଓ ଦୁଇ ଜଣ ବଙ୍ଗୀୟ ପର୍ଯ୍ୟଟକ ଆହତ ହୋଇଛନ୍ତି। ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ମହୁମାଛିମାନେ ଏପରି ଆକ୍ରମଣ ଜାରି ରଖିଥିଲେ।

ସମ୍ବନ୍ଧିତ ଖବର