ଭୁବନେଶ୍ୱର: ବିଘ୍ନ ବିନାଶକ ବିନାୟକଙ୍କ ବନ୍ଦନାରୁ ଆରମ୍ଭ ହୋଇଥିଲା ଆଜିର ସଂଧ୍ୟା। ମଙ୍ଗଳା ଚରଣରେ ପ୍ରସ୍ତୁତ ହୋଇଥିବା ଏହି ‘ବିନାୟକ ସ୍ମରଣେ’ ଦର୍ଶକଙ୍କୁ ଭକ୍ତିରେ ଲୀନ କରିଥିଲା। ଏହା ପରେ ବିବିଧ ନୃତ୍ୟ ସର୍ଜନା ଆଧାରରେ ଶାସ୍ତ୍ରୀୟ ନୃତ୍ୟର ପରିଚର୍ଯ୍ୟାକୁ ନେଇ ଉପସ୍ଥାପିତ ହୋଇଥିଲା ‘ସିନ୍ଥେସିସ୍’। ଅବସର ଥିଲା ‘ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର୍)’ ଓ ‘ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋରାଇଜନ୍ ସିରିଜ୍ ସଂଧ୍ୟା। ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁରୁ ରତିକାନ୍ତ ମହାପାତ୍ର ଓ ‘ସୃଜନ’ ନୃତ୍ୟାନୁଷ୍ଠାନ ପକ୍ଷରୁ ନୃତ୍ୟ ଓ ନୃତ୍ୟନାଟିକା ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ଆମେରିକା ବିଶ୍ୱବିଦ୍ୟାଳୟର ଗବେଷିକା ଉପାଲି ଅପରାଜିତା, ସଂସ୍କୃତିପ୍ରେମୀ କ୍ଷୀରୋଦ ପଟ୍ଟନାୟକ ଓ ଆଇସିସିଆର୍ର ଆଞ୍ଚଳିକ ଅଧିକାରୀ ବଲ୍ବୀର ସିଂହ ନେଗି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ।
‘ବିଘ୍ନ ବିନାଶକଙ୍କ ବନ୍ଦନା’ରେ ବିଭୋର୍ ଦର୍ଶକ
ଆସିସିଆର୍ର ଆଉ ଏକ ହୋରାଇଜନ୍ ସିରିଜ୍
/sambad/media/post_attachments/wp-content/uploads/2018/06/m22-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)