ବାରଙ୍ଗ: କାର୍ ସହ ବାଇକ୍ ଘଷି ହୋଇଯିବାରୁ ଜଣେ ଯୁବକଙ୍କ ମୁହଁରେ ଗରମ ତେଲ ଢାଳି ଦିଆଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍ରେ ଭର୍ତି କରାଯାଇଛି। ରବିବାର ମଧ୍ୟହ୍ନରେଏପରି ଅଭାବନୀୟ ଘଟଣା ଘଟିଛି ନନ୍ଦନକନନ ଥାନା ଅଧୀନ କଲ୍ୟାଣପୁର ପଞ୍ଚାୟତ ବେଣାଗାଡ଼ିଆ ଗ୍ରାମ ପାଖ ନଦୀ ବନ୍ଧ ରାସ୍ତାରେ। ଅଭିଯୋଗ ଅନୁଯାୟୀ, ଗଣ୍ଡରପୁରର ଆଶିଷ ରାଉତ ତାଙ୍କ ଭାଇଙ୍କ ସହ ବାଇକ୍ରେ ଯାଉଥିଲେ। ଏହି ସମୟରେ ଏକ କାର୍ ସହ ବାଇକ୍ ଘଷି ହୋଇଯିବାରୁ ଉଭୟ ପକ୍ଷର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କାରଚାଳକ ଜଣଙ୍କ ସେଠାରେ ଜଳଖିଆ ଦୋକାନ କରିଥିବା ଯୋଗୀ ବେହେରା (୪୮)ଙ୍କ ଦୋକାନରୁ ଏକ ମଗ୍ରେ ଗରମ ତେଲ ଆଣି ଆଶିଷଙ୍କ ମୁହଁରେ ଢାଳି ଦେଇଥିଲା। ଏଥିରେ ତାଙ୍କର ମୁହଁ ସହିତ ଆଖି ଓ ବେକ ପୋଡ଼ିଯାଇଥିଲା। ସେ ପ୍ରାଣ ବିକଳରେ ଛଟପଟ ହେଉଥିବା ଦେଖି କିଛି ଲୋକ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନେଇଯାଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ଏହି ମାମଲାରେ କାହାକୁ ଗିରଫ କରାଯାଇ ନାହିଁ।
ଯୁବକଙ୍କ ମୁହଁରେ ଗରମ ତେଲ ଢାଳିଦେଲେ, ଗୁରୁତର ଅବସ୍ଥାରେ ଏସ୍ସିବି ସ୍ଥାନାନ୍ତର
କାର ସହ ବାଇକ୍ ଘଷି ହେବାରୁ...
/sambad/media/post_attachments/wp-content/uploads/2019/06/Untitled-11-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)