ହୋଟେଲ୍‌ ଏଡେନ୍‌ ରକ୍‌ ସିଲ୍‌

ଭୁବନେଶ୍ବର: ପରିସର ସ୍ବଚ୍ଛ ନ ରଖିବା ଅଭିଯୋଗରେ ଷ୍ଟେସନ ବଜାରସ୍ଥିତ ହୋଟେଲ ଏଡେନ୍‌ ରକ୍‌କୁ ସିଲ୍‌ କରିଛି ବିଏମ୍‌ସି। ପରିସର ସ୍ବଚ୍ଛ ରଖିବାକୁ ଲିଖିତ ପ୍ରତିଶ୍ରୁତି ସହ ଜରିମାନା ଦାଖଲ କଲେ ଖୋଲିବାକୁ ଅନୁମତି ଦିଆଯିବ ବୋଲି ବିଏମ୍‌ସି କହିଛି। ତେବେ ପୂର୍ବରୁ ବିଏମ୍‌ସି ଅନେକ ବ୍ୟାବସାୟିକ ପ୍ରତିଷ୍ଠାନକୁ ସିଲ୍‌ କରିଛି। କିନ୍ତୁ କେହି ଖାତିର କରିନାହାନ୍ତି।

ବିଏମ୍‌ସି ସିଲ୍‌ କରିବାର ୫ରୁ ୬ ଘଣ୍ଟା ମଧ୍ୟ‌ରେ ସିଲ୍‌ ହୋଇଥିବା ଅନେକ ଅନୁଷ୍ଠାନ ଖୋଲିଥିବା ଦେଖାଯାଇଛି। ତେବେ କିଶୋର ମଟନ୍‌ ଦୋକାନ ଭାଙ୍ଗିବା ଭଳି କେତେକ ହାତଗଣତି ଘଟଣାରେ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ନେଇଛି। ଉଲ୍ଲେଖଯୋଗ୍ୟ, ପ୍ରତ୍ୟେକ ବ୍ୟବସାୟୀ ନିଜ ପ୍ରତିଷ୍ଠାନର ୫ ମିଟର ପର୍ଯ୍ୟନ୍ତ ପରିସର ସଫା ରଖିବାକୁ କୁହାଯାଇଛି। ତା’ ସହିତ ଓଦା ଓ ଶୁଖିଲା ଆବର୍ଜନା ପାଇଁ ଦୁଇଟି ଡଷ୍ଟବିନ୍‌ ବ୍ୟବହାର କରିବାକୁ ତାଗିଦ୍‌ କରାଯାଇଛି।

ସମ୍ବନ୍ଧିତ ଖବର