ଭୁବନେଶ୍ୱର : ଏୟାରପୋର୍ଟ ଛକ ନିକଟ ହୋଟେଲ କାଞ୍ଚନ ସିଲ୍‌

ଭୁବନେଶ୍ୱର : ରାତିରେ ଚାଲିଥିଲା ହୋଟେଲ। ଗ୍ରାହକ ଆସି ଖାଉଥିଲେ। ସନ୍ଧ୍ୟା ସାଢ଼େ ୬ଟାରେ ପରେ ଲକ୍‌ଡାଉନ୍‌ ଯୋଗୁଁ ସବୁ ବନ୍ଦ ଥିବା ବେଳେ ରାଜଧାନୀରେ ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି। ହେଲେ ଏୟାରପୋର୍ଟ ଛକ ନିକଟ ହୋଟେଲ କାଞ୍ଚନ ଆଜି ଖୋଲା ରହିଥିଲା। ଏହାକୁ ଦେଖି ଆଜି ବିଡିଏ ଓ ବିଏମ୍‌ସିର ଭିଜିଟିଂ ସ୍କ୍ବାର୍ଡ ରାତି ସାଢ଼େ ୧୦ଟାରେ ସେଠାରେ ଚଡ଼ଉ କରିଥିଲା। ତେବେ ସରକାରୀ ନିୟମର ଉଲ୍ଲଙ୍ଘନ କରିବାରୁ ହୋଟେଲକୁ ସିଲ୍‌ କରାଯାଇଥିଲା। ହୋଟେଲ ଆଗରେ ସିଲ୍‌ ହେବା ନେଇ ନୋଟିସ୍‌ ଲଗାଇଥିଲା। ପ୍ରକାଶ ଥାଉକି, ସନ୍ଧ୍ୟା ସାଢ଼େ ୬ଟା‌ ପରେ ନଖୋଲିବା ଓ ଦିନରେ ଖୋଲିବା ବେଳେ ବିଭିନ୍ନ ଦୋକାନରେ ସାମାଜିକ ଦୂରତ୍ୱକୁ ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏହାକୁ ଅମାନ୍ୟ କଲେ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ସମ୍ବନ୍ଧିତ ଖବର