ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଉଦ୍‌ଘାଟିତ ‌ହେଲା ହୋଟେଲ ରାଜ ଇନ୍‌

ଭୁବନେଶ୍ବର: ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଆଜି ହୋଟେଲ୍ ରାଜ ଇନ୍‌ ଉଦ୍‌ଘାଟିତ ହୋଇଯାଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ହୋଟେଲର ପ୍ରୋପ୍ରାଇଟର କବିରାଜ ସାହୁ, ପୁରୀ ଶଙ୍କରାଚାର୍ଯ୍ୟଙ୍କ ମହାସଚିବ ମାତୃପ୍ରସାଦ ମିଶ୍ର ଓ ବିଆର୍‌ଏମସିର ସଭାପତି ସୁରେଶ ଚନ୍ଦ୍ର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ହୋଟେଲର ତଳ ମହଲାରେ ରେସ୍ତୋରାଁ ରହିଥିବା ବେଳେ ବୈଠକ ପାଇଁ ସ୍ବତନ୍ତ୍ର ଭାବେ କନଫରେନ୍‌ସ ହଲ ରହିଛି। ଉଦ୍‌ଘାଟନ କାର୍ଯ୍ୟକ୍ରମରେ ହୋଟେଲର କର୍ମକର୍ତା ଓ ଅନ୍ୟମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର