‌ହୋଟେଲ ଭିଟ୍‌ସ: ୱାର୍ଲ୍ଡ କପ୍‌ ମାନିଆ, ଭାରତୀୟ ଦଳର ଜର୍ସି ପିନ୍ଧି ଉତ୍ସାହିତ କରିବେ କର୍ମଚାରୀ

ଭୁବନେଶ୍ବର: କ୍ରିକେଟ୍ ମହାକୁମ୍ଭ ଇଂଲଣ୍ଡରେ ଆଜିଠାରୁ ଆରମ୍ଭ ହୋଇଛି। ରାଜଧାନୀରେ ବିଶ୍ବକପ୍ ମାହୋଲକୁ ଅଧିକ ସରଗରମ କରିବା ପାଇଁ ତାରକା ହୋଟେଲରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଟକ ରୋଡ୍‌ରେ ଥିବା ହୋଟେଲ ଭିଟ୍‌ସ ମଧ୍ୟ ସ୍ବତନ୍ତ୍ର ଭାବେ ନିଜକୁ ସଜାଇଛି। ବଡ଼ ସ୍କ୍ରିନ୍ ସାଙ୍ଗକୁ ଲକି ଡ୍ର’ର ସୁଯୋଗ ପାଇବେ ଉପଭୋକ୍ତା। ହୋଟେଲ ଭିଟ୍‌ସରେ ଥିବା ବାର୍‌ରେ ସ୍ବତନ୍ତ୍ର ସ୍କ୍ରିନ୍‌ରେ ଦର୍ଶକ ବିଶ୍ବକପ୍ ମ୍ୟାଚ୍ ଦେଖିବାର ସୁଯୋଗ ପାଇବେ। ବିଶ୍ବକପ୍‌କୁ ନଜରରେ ରଖି ହୋଟେଲ ପକ୍ଷରୁ ସ୍ବତନ୍ତ୍ର ଭା‌ବେ ସ୍ନାକ୍‌ସ ଓ ପାନୀୟ ରିହାତି ଦରରେ ଉପଲବ୍ଧ ହେବ। ତେବେ ଭାରତୀୟ ଦଳର ମ୍ୟାଚ୍‌ଗୁଡ଼ିକ ପାଇଁ ହୋଟେଲ ସ୍ବତନ୍ତ୍ର ଗୁରୁତ୍ବ ଦେଇଛି। ଯେଉଁଦିନ ଭାରତ ମ୍ୟାଚ୍ ଖେଳିବ, ସେଦିନ ହୋଟେଲ କର୍ମଚାରୀମାନେ ଭାରତୀୟ ଦଳର ଜର୍ସି ପିନ୍ଧି ଭାରତୀୟ ଦଳକୁ ଉତ୍ସାହିତ କରିବେ। ଏହି ଦିନ ବାର୍‌ରେ ଭାରତୀୟ ଦଳର ପତାକା ଲଗାଯିବା ସହ ବାର୍‌ର ଠିକ୍ ବାହାରେ ଏକ ବଡ଼ ସ୍କ୍ରିନ୍ ଲଗାଯିବ। ଫଳରେ ହୋଟେଲକୁ ଆସିଥିବା ଲୋକମାନେ ଖାଦ୍ୟ ସାଙ୍ଗକୁ ମ୍ୟାଚ୍‌ର ମଜା ନେଇପାରିବେ। ସେହିପରି ବାର୍‌କୁ ଆସୁଥିବା ଲୋକମାନଙ୍କ ପାଇଁ ଲକି ଡ୍ର’ର ମଧ୍ୟ ସୁବିଧା ରହିଥିବା ହୋଟେଲ ପକ୍ଷରୁ ସୂଚନା ଦିଆଯାଇଛି। ହୋଟେଲରେ ସ୍ବତନ୍ତ୍ର ଭାବେ କ୍ରିକେଟ୍‌ ଫିଭର୍‌ ଭାବେ ସ୍ବତନ୍ତ୍ର ଅଫର୍‌ ଦିଆଯାଇଛି। ଆଜିଠାରୁ ଏହି ଅଫର୍‌ ଆରମ୍ଭ ହୋଇଥିବା ବେଳେ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର