ମଶା ଧୂଆଁରୁ ଜଳିଗଲା ୩ ବଖରା

ବାଲିପାଟଣା : ବାଲିପାଟଣା ଥାନା ଓଡ଼ଖଣ୍ଡ ସୋଧୁଅ ଭୋଇ ସାହିରେ ଗୁହାଳ ଧୂଆଁରୁ ନିଆଁ ଲାଗି ୩ ବଖରା ଘର ଜଳି ଯାଇଛି। ନିଆଁରେ ପୋଡ଼ି ହୋଇ ୩ଟି ଛେଳି ଆହତ ହୋଇଛନ୍ତି। ବାଲିପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିଲେ। ସୂଚନା ଅନୁସାରେ, ସୋଧୁଅ ଗ୍ରାମର ପ୍ରଶାନ୍ତ ଭୋଇଙ୍କ ଗୁହାଳ ଘରେ ଆଜି ସନ୍ଧ୍ୟାରେ ମଶାଙ୍କ ଲାଗି ଧୂଆଁ ଦିଆଯାଇଥିଲା। ସେଥିରୁ ନିଆଁ ବ୍ୟାପୀ ଘରେ ଲାଗିଥିଲା। କିଛି କ୍ଷଣ ମଧ୍ୟରେ ଗୁହାଳ ସମେତ ୩ ବଖରା ଘର ଜଳି ଯାଇଥିଲା। ଧାନ, ଚାଉଳ, ଲୁଗାପଟା, ଆସବାବପତ୍ର ଜଳି ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର