ଚନ୍ଦ୍ରଶେଖରପୁର : ହାଉସିଂବୋର୍ଡ ଅଞ୍ଚଳରେ ଘଟିଥିବା ଯୁବକଙ୍କ ହତ୍ୟା ଘଟଣାରେ ପୁଲିସ୍କୁ ଏପର୍ଯ୍ୟନ୍ତ କୌଣସି ସଫଳତା ହାତ ଲାଗିନି। ନିକଟସ୍ଥ ଦୋକାନ ଓ ସ୍ଥାନୀୟ ବାସିନ୍ଦାଙ୍କୁ ପଚରାଉଚରା କଲେ କୌଣସି ସୂଚନା ମିଳିପାରିବ ବୋଲି ହାଉସିଂବୋର୍ଡ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ଏହି ଘଟଣାର ତଦନ୍ତ ଚନ୍ଦ୍ରଶେଖରପୁର ଥାନା ଅଧୀନରେ ହେବ ନାହିଁ। ସେହି ଥାନାରୁ ମାମଲାକୁ ହଟାଇ ଦିଆଯିବା ନେଇ ସୂଚନା ଦେଇଛନ୍ତି ଡିସିପି ସତ୍ୟବ୍ରତ ଭୋଇ। ଆଉ ଜଣେ ସ୍ୱାଧୀନ ପୁଲିସ ଅଧିକାରୀଙ୍କ ଦ୍ୱାରା ହତ୍ୟା ଘଟଣା କୁହାଯାଉଥିବା ଏହି ମାମଲାର ତଦନ୍ତ କରାଯିବା ନେଇ ଶ୍ରୀ ଭୋଇ ଆଜି ସୂଚନା ଦେଇଛନ୍ତି। ଶୁକ୍ରବାର ଦିନ ଭୋର୍ ସମୟରେ ହାଉସିଂବୋର୍ଡ ଅଞ୍ଚଳରେ ରହୁଥିବା ଧନେଶ୍ୱର ଦାଶଙ୍କ ମୃତଦେହ କ୍ଷତାକ୍ତ ଅବସ୍ଥାରେ ମିଳିଥିଲା। ପରିବାର ଲୋକଙ୍କ ସୂଚନା ଅନୁଯାୟୀ ଉଦ୍ଦେଶ୍ୟମୂଳକ ଭାବେ ଧନେଶ୍ୱରଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ଫୋନ୍ କଲ୍ ଡିଟେଲ୍ସକୁ ଯାଞ୍ଚ କରିବାକୁ ମଧ୍ୟ ପରିବାର ଲୋକେ ପୁଲିସ୍କୁ ଅନୁରୋଧ କରିଛନ୍ତି। ବ୍ୟବସାୟିକ ଶତ୍ରୁତା କିମ୍ବା ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟା ଘଟଣା ଘଟିଥାଇ ପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଘଟଣାରେ ଏକ ଧଳା ସୁଇଫ୍୍ଟ କାର୍ ବ୍ୟବହୃତ ହୋଇଥିବା କିଛି ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ତେଣୁ ନିକଟସ୍ଥ ଦୋକାନଗୁଡ଼ିକରେ ଲାଗିଥିବା ସିସି ଟିଭି କ୍ୟାମେରା ଭଲରେ ଯାଞ୍ଚ କରିବାର ଆବଶ୍ୟକତା ରହିଛି। ଏହି ଘଟଣାରେ ପୁଲିସ୍ ଶିଥିଳତା ପ୍ରକାଶ କରୁଥିବା ଅଭିଯୋଗ କରିଛନ୍ତି ମୃତକଙ୍କର ପରିବାରବର୍ଗ। ସୂଚନାଯୋଗ୍ୟଯେ, କେନ୍ଦ୍ରାପଡ଼ ଜିଲା ଆଳି ବ୍ଲକ୍ ଅନ୍ତର୍ଗତ ସିଙ୍ଗିରି ଅଞ୍ଚଳର ଧନେଶ୍ୱର ନିଜ ପରିବାର ସହିତ ହାଉସିଂବୋର୍ଡ ଅଞ୍ଚଳରେ ବସବାସ କରୁଥିଲେ।
ଚନ୍ଦ୍ରଶେଖରପୁର ଥାନା ଅଧୀନରେ ତଦନ୍ତ ହେବନି
ହାଉସିଂବୋର୍ଡ ଅଞ୍ଚଳରେ ଯୁବକଙ୍କୁ ହତ୍ୟା ମାମଲା
/sambad/media/post_attachments/wp-content/uploads/2018/02/CS-pur-Murder-2-1-640x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)