ଖଣ୍ଡଗିରି: ପଞ୍ଚସଖାନଗର-ଡୁମୁଡୁମା ରାସ୍ତାର ମୁଖଶାଳା କୁହାଯାଉଥିବା କଲେଜ ଗେଟ୍ ଛକ ସମସ୍ୟା ସୁଧୁରି ପାରୁନାହିଁ। ବ୍ୟକ୍ତିଗତ ମାଲିକାନାରେ ଥିବା ଜମି ଅଧିଗ୍ରହଣ ହୋଇପାରୁ ନ ଥିବାରୁ ରାସ୍ତା ପ୍ରଶସ୍ତୀକରଣ ଲଟକି ରହିଛି। ଫଳରେ ମୁଖଶାଳାରେ ହିଁ ବନ୍ଦୀ ହୋଇପଡ଼ିଛନ୍ତି ନଗରବାସୀ। ନଗର ଭିତରେ ରାସ୍ତା ବେଶ୍ ଉନ୍ନତ ହୋଇ ଆସୁଥିଲେ ମଧ୍ୟ ଯାତାୟାତ ପାଇଁ ଏହି ମୁଖଶାଳା ସାଜିଛି ବଡ଼ ପ୍ରତିବନ୍ଧକ। ବିଭିନ୍ନ ଫୋରମ୍ରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପର୍ଯ୍ୟନ୍ତ କଥା ଯାଇଥିଲେ ବି ଏହାର ସମାଧାନ ହୋଇପାରୁନାହିଁ। ଫଳରେ ଏହି ଅସମାହିତ ସମସ୍ୟାଟି ପଞ୍ଚସଖାନଗରର, ଡୁମୁଡୁମା ଓ ଯଦୁପୁରବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଖଣ୍ଡଗିରି-ଗଣ୍ଡମୁଣ୍ଡା ମୁଖ୍ୟ ରାସ୍ତାରୁ କଲେଜ ଛକ ଦେଇ ପଞ୍ଚସଖାନଗରକୁ ଲମ୍ବିଛି ରାସ୍ତା। ଏହା ହିଁ ଉକ୍ତ ନଗରର ମୁଖ୍ୟ ରାସ୍ତା। ମାତ୍ର କଲେଜ ଛକରେ ଟ୍ରାଫିକ୍ ସମସ୍ୟା ବଡ଼ ଜଟିଳ। ଏହି ଛକରେ ସବୁବେଳେ ଭୁଲ୍ ପାର୍ଶ୍ବରେ ଯାନବାହାନ ଯାତାୟାତ ହେଉଛି। ଜାଗମରା ମଲ୍ଲିକ କମ୍ପ୍ଲେକ୍ସ ଟ୍ରାଫିକ୍ ଛକରୁ ଭୁଲ୍ ପାର୍ଶ୍ବରେ ବହୁ ବାଇକ୍ ଉକ୍ତ କଲେଜ ଛକ ପର୍ଯ୍ୟନ୍ତ ଯାତାୟାତ କରୁଛନ୍ତି। ଟ୍ରାଫିକ୍ ପୁଲିସ ଉପସ୍ଥିତିରେ ଏମିତି ଚାଲିଛି। ଫଳରେ ପଞ୍ଚସଖାନଗର ଅଞ୍ଚଳରୁ ଏହି ରାସ୍ତାକୁ ଆସିବା ବେଳେ ସର୍ବଦା ଜାମ୍ ରହୁଛି। ସେହିଭଳି କଲେଜ ଛକରୁ ବୁଲାଣି ପର୍ଯ୍ୟନ୍ତ ରାସ୍ତା ଉପରକୁ ଦୋକାନ ବଜାର ମାଡ଼ି ଆସି ଥିବାରୁ ସନ୍ଧ୍ୟା ବେଳେ ପୂରା ଭିଡ଼ ରହୁଛି ଏହି ରାସ୍ତା। ଫଳରେ ରୋଗୀ ନେଇ ଆମ୍ବୁଲାନ୍ସ ଯାତାୟାତ ବାଧାପ୍ରାପ୍ତ ହେଉଛି। ନଗରବାସୀଙ୍କ କହିବା କଥା ଯେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ପାଇଁ ନଗର ଭିତରେ ସୁନ୍ଦର ରାସ୍ତା ନିର୍ମାଣ ହୋଇଛି। ଏକ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୧୮ଶହ ମିଟର କଂକ୍ରିଟ୍ ରାସ୍ତା ନିକଟରେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ହାତରେ ଉଦ୍ଘାଟିତ ହୋଇଛି। ତେଣୁ ନଗର ଭିତର ରାସ୍ତା ସମସ୍ୟା ବହୁ ପରିମାଣରେ ସୁଧୁରି ଗଲାଣି। କିନ୍ତୁ ମୁଖଶାଳା ସମସ୍ୟାଟି ପାଇଁ ସମସ୍ୟା ବେଳକୁ ବେଳ ବଢ଼ୁଛି। ପ୍ରଶାସନ ଜମି ଅଧିଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁନଥିବାରୁ ଏହି ସମସ୍ୟା ସେମିତି ପଡ଼ି ରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।
କେମିତି ସୁଧୁରିବ ଡୁମୁଡୁମା-ପଞ୍ଚସଖାନଗର ରାସ୍ତା ସମସ୍ୟା? ମୁଖଶାଳାରେ ବନ୍ଦୀ ନଗରବାସୀ
/sambad/media/post_attachments/wp-content/uploads/2020/01/5f4hsdf57h8sdfh74f8sd9h4f5sd4h65sfh7fs86h4f5sh4fs987h98sfhsfhsfsfsfsfsfsfsfsfsfsfsfsfsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)