୩୫ ଲକ୍ଷ ଟଙ୍କା ଚଳୁ, ଏଚ୍‌ଆର୍‌ ମ୍ୟାନେଜର ଗିରଫ

ଭୁବନେଶ୍ବର : କର୍ମଚାରୀଙ୍କ ଦରମା ଓ ଅଗ୍ରୀମ ନାଁରେ ଜାଲିଆତି କରି ପ୍ରାୟ ୩୫ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗରେ ଆଜି ମଞ୍ଚେଶ୍ବର ଥାନା ପୁଲିସ ଏକ ଘରୋଇ ସଂସ୍ଥାର ମାନବ ସମ୍ବଳ(ଏଚ୍‌ଆର୍‌) ମ୍ୟାଜେନରକୁ ଗିରଫ କରିଛି। ଅଭିଯୁକ୍ତ ହେଲା ଝାରପଡ଼ା ମହାଦେବନଗର ଅଞ୍ଚଳର ପ୍ରୀତମ ନାୟକ(୩୫)।

ସୂଚନା ମୁତାବକ, ପୂର୍ବରୁ ପ୍ରୀତମ ସତ୍ୟବିହାର ଅଞ୍ଚଳରେ ଥିବା ସୋମ୍‌ନିଏଟ୍‌ ସଫ୍ଟୱେୟାର୍‌ ସଲ୍ୟୁସନ୍‌ ନାମକ ଏକ ଘରୋଇ ସଂସ୍ଥାରେ ଏଚ୍‌ଆର୍‌ ମ୍ୟାନେଜର ଭାବେ କାମ କରୁଥିଲା। ୨୦୧୯-୨୦୨୦ ଏବଂ ୨୦୨୦-୨୦୨୧ ମସିହାରେ ଚଞ୍ଚକତା କରି ସେ ସଂସ୍ଥାରୁ ୨୪ ଲକ୍ଷ ଟଙ୍କା ନେଇଯାଇଥିଲା। ସେହିପରି ଅଗ୍ରୀମ ଭାବେ ଚେକ୍‌ରେ ସାଢ଼େ ୧୧ଲକ୍ଷ ନେଇଯାଇଥିଲା। ଏହା ଜଣାପଡ଼ିବା ପରେ ସଂସ୍ଥା ମୁଖ୍ୟ ବିରଞ୍ଚି ମନୋହର ସ୍ବାଇଁ ତାଙ୍କୁ ଟଙ୍କା ଫେରାଇବା ପାଇଁ କହିଥିଲେ। କିନ୍ତୁ ସେ ପାଲଟା ତାଙ୍କୁ ଧମକଚମକ ଦେଇଥିଲା। ଏ ନେଇ ବିରଞ୍ଚି ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧିତ ଖବର