ଭୁବନେଶ୍ୱର : ଜଣାଶୁଣା ସାଂସ୍କୃତିକ ସଂଗଠକ ତଥା ଖଣ୍ଡଗିରି ସାଂସ୍କୃତିକ ପରିଷଦ, ଜାଗମରାର ଉପସଭାପତି ହୃଷୀକେଶ ଗୁରୁଙ୍କର ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଜାଗମରା ଗ୍ରାମସ୍ଥିତ ବାସଭବନରେ ଆଜି ସକାଳ ସାଢ଼େ ୬ଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ମୃତ୍ୟୁ ଖବର ପାଇ କର୍ପୋରେଟର୍ ରଘୁନାଥ ମହାନ୍ତି, ପୂର୍ବତନ କର୍ପୋରେଟର୍ ରୁନୁ ଜେନାଙ୍କ ସମେତ ପରିଷଦର ସମ୍ପାଦକ ମହେନ୍ଦ୍ର କୁମାର ଗୁରୁଙ୍କ ସମେତ ବହୁ ନେତୃସ୍ଥାନୀୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ।
୨ ବର୍ଷ ଧରି ପରିଷଦର ଉପସଭାପତି ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିବା ହୃଷୀକେଶ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ତାଙ୍କ ମୃତ୍ୟୁରେ ପରିଷଦର ସଭାପତି ସୌମ୍ୟରଂଜନ ପଟ୍ଟନାୟକ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଜାଗମରା ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ପୁଅ ଦିଲ୍ଲୀପ କୁମାର ଗୁରୁ ମୁଖାଗ୍ନି ଦେଇଥିଲେ। ମୃତଶରୀର ନିକଟରେ ସହଧର୍ମିଣୀ କାଞ୍ଚନବାଳା ଗୁରୁଙ୍କ ସମେତ ୩ ପୁଅ ବୋହୂ, ଝିଅ ଜ୍ୱାଇଁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ।
ସାଂସ୍କୃତିକ ସଂଗଠକ ହୃଷୀକେଶ ଗୁରୁ ଚାଲିଗଲେ
/sambad/media/post_attachments/wp-content/uploads/2017/12/Hrushikesh-gurunk-paraloka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)