ଭୁବନେଶ୍ବର : ଶୁକ୍ରବାର ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ସିଗାରେଟ୍ ଜବତ ହୋଇଛି। ଅବକାରୀ ଟିମ୍ ଆଚାର୍ଯ୍ୟବିହାର ନିକଟ ବିଶେଶ୍ବରୀ ବସ୍ତିରେ ଚଢ଼ଉ କରି ପ୍ରାୟ ୨ ହଜାର ଗଞ୍ଜେଇ ସିଗାରେଟ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨୩ କେଜି ଓଜନର ଗଞ୍ଜେଇ, ହୋଣ୍ଡା ଆକ୍ଟିଭା, କଞ୍ଚାମାଲ ଜବତ କରାଯାଇଛି। ରାଜଧାନୀର ମାଷ୍ଟରକ୍ୟାଣ୍ଟିନ, ୟୁନିଟ୍-୯, ପୁରୁଣା ଭୁବନେଶ୍ବର, ୟୁନିଟ୍-୪, ଆଇଡିବିଆଇ ଛକ, ସହିଦନଗର, ଆଚାର୍ଯ୍ୟବିହାର, ଚନ୍ଦ୍ରଶେଖରପୁର, ବରମୁଣ୍ଡା, ଖଣ୍ଡଗିରି ସମେତ ବିଭିନ୍ନ ଅଞ୍ଚଳରେ ଏହି ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ବିକ୍ରି କରାଯାଏ। କେତେକ ସପିଂ ମଲ୍ ନିକଟରେ ମଧ୍ୟ ଗଞ୍ଜେଇ ସିଗାରେଟ୍ ମିଳୁଥିବା ଅବକାରୀ ଟିମ୍ ଜାଣିବାକୁ ପାଇଥିଲା। ଗଞ୍ଜେଇ ସିଗାରେଟର ବିଭିନ୍ନ କୋଡଵାର୍ଡ ରହିଛି। ଡିସ୍କୋ, ହ୍ବାଇଟ୍ ଷ୍ଟିକ୍, ସ୍ମଲ ବାର୍, ରିଜୁଲ୍, ଜଏଣ୍ଟ ନାଁରେ ଏହି ସିଗାରେଟ୍ ମିଳିଥାଏ। ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଆସିବା ପରେ ଏହାକୁ ସିଗାରେଟ୍ ତିଆରି କରାଯାଏ। ସିଗାରେଟ ଖୋଳରେ ଏହାକୁ ପୂରାଇ ବିକ୍ରି କରାଯାଏ। ଫଳରେ କେହି ଗଞ୍ଜେଇ ବୋଲି ସହଜର ସନ୍ଦେହ କରିବେ ନାହିଁ। ଗଞ୍ଜେଇ ବେପାରୀଙ୍କୁ ଧରିବା ପାଇଁ ଅବକାରୀ ଥାନା ଆଇଆଇସି ଗ୍ରାହକ ବେଶରେ ଯାଇ ଚଢ଼ଉ କରିବା ସହ ବେପାରୀଙ୍କୁ ଗିରଫ କରିଥିଲେ।
ରାଜଧାନୀରୁ ବିପୁଳ ଗଞ୍ଜେଇ ସିଗାରେଟ୍ ଜବତ, ୨ ଗିରଫ
ଗ୍ରାହକ ସାଜି ଧରିଲେ ଅବକାରୀ ଆଇଆଇସି
/sambad/media/post_attachments/wp-content/uploads/2021/01/m14-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)