ଭୁବନେଶ୍ବର: ନିବେଶ ଜରିଆରେ ସମ୍ପତ୍ତି ବଢ଼ାଇବାର ଏକ ବଳିଷ୍ଠ ମାଧ୍ୟମ ଭାବେ ମ୍ୟୁଚୁଆଲ୍ ଫଣ୍ଡ୍‌କୁ ଉପସ୍ଥାପନ କରିବା ଲାଗି ପବିତ୍ର ରଥଯାତ୍ରାଠାରୁ ଆରମ୍ଭ କରାଯାଇଥିବା ‘ମ୍ୟୁଚୁଆଲ୍ ଫଣ୍ଡ୍‌ ଠିକ୍‌ କଥା’ ଅଭିଯାନକୁ ଜୋରଦାର ସମର୍ଥନ ମିଳିଛି। ଏଥିପାଇଁ ପୁରୀ ବେଳାଭୂମିରେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ସ୍ଥାପନ କରିଥିବା ବାଲୁକା କଳା ହେଉ କିମ୍ବା ବଡ଼ଶଙ୍ଖ ନିକଟ ବଡ଼ଦାଣ୍ଡରେ ସ୍ଥାପନ କରାଯାଇଥିବା ଷ୍ଟଲ୍‌ କିମ୍ବା ଭୁବନେଶ୍ବର ଓ କଟକରେ ବୁଲୁଥିବା ନିବେଶ ରଥ, ସବୁ କିଛିକୁ ଭକ୍ତ, ପର୍ଯ୍ୟଟକ ଓ ସାଧାରଣ ଜନତାଙ୍କ ଜବରଦସ୍ତ ସମର୍ଥନ ମିଳିଛି। ବାଲୁକା କଳା ଦେଖିବାକୁ ପ୍ରତିଦିନ ଶହ ଶହ ଲୋକଙ୍କ ସମାଗମ ହେଉଛି। ଷ୍ଟଲ୍‌ ସାମ୍ନାରେ ମଧ୍ୟ ପ୍ରବଳ ‌ଭିଡ଼ ରହୁଛି। ମ୍ୟୁଚୁଆଲ୍‌ ଫଣ୍ଡ୍‌କୁ ନେଇ ଲୋକମାନଙ୍କ ଭିତରେ ରହିଥିବା ଆଗ୍ରହର ତାହା ହେଉଛି ଏକ ପ୍ରତିଫଳନ।

Advertisment

ଭୁବନେଶ୍ବର ଓ କଟକରେ ପ୍ରରିକ୍ରମା କରୁଥିବା ନିବେଶ ରଥ ବିଭିନ୍ନ ଅଞ୍ଚଳ ଯାଇ ଲୋକମାନଙ୍କୁ ମ୍ୟୁଚୁଆଲ୍‌ ଫଣ୍ଡ୍‌ ବିଷୟରେ ସଚେତନ କରୁଛି। ମ୍ୟୁଚୁଆଲ ଫଣ୍ଡ୍‌ ସହ ଜଡ଼ିତ ସରଳ ପ୍ରଶ୍ନ ଜରିଆରେ ସେମାନଙ୍କୁ ଯୋଡ଼ିବାକୁ ଉଦ୍ୟମ କରାଯାଉଛି। ଲୋକମାନେ ଯେଭଳି ନିବେଶର ଦୀର୍ଘକାଳୀନ ବାର୍ତ୍ତା ନିଜ ସହିତ ନେଇପାରିବେ, ସେଥିପାଇଁ ସେମାନଙ୍କୁ ମ୍ୟୁଚୁଆଲ୍ ଫଣ୍ଡ୍‌ ଠିକ୍ କଥା ବାର୍ତ୍ତା ଥିବା ଛତା, ଟି-ସାର୍ଟ ଓ ‌ଟୋପି ଆଦି ପ୍ରଦାନ କରାଯାଉଛି। ବଡ଼ଦାଣ୍ଡରେ ସ୍ଥାପନ କରାଯାଇଥିବା ଷ୍ଟଲ୍‌ରେ ରେଡିଓ ଚକ୍‌ଲେଟ୍‌ ଟିମ୍‌ ପକ୍ଷରୁ ପ୍ରତିଦିନ ବିଭିନ୍ନ ପ୍ରକାର ଭାବ ବିନିମୟ କାର୍ଯ୍ୟକ୍ରମ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ସେଥିପାଇଁ ସେଠାରେ ଲୋକଙ୍କ ପ୍ରବଳ ଭିଡ଼ ରହୁଛି। ବାହୁଡ଼ା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଆହୁରି ଶହ ଶହ ଲୋକ ଯୋଡ଼ିହେବା ଆଶା କରାଯାଉଛି।