ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ସାମ୍ନାରେ ସିଏସ୍ଏଫ୍ଏଚ୍ଆର୍ ଓ ଅନ୍ୟ ମାନବାଧିକାର ସଂଗଠନମାନଙ୍କ ମିଳିତ ଆନୁକୂଲ୍ୟରେ ବିଶ୍ବ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ କାର୍ଯ୍ୟରତ ମାନବ ଅଧିକାର କର୍ମୀ ଓ ଅନୁଷ୍ଠାନମାନେ ମିଶି ଏକ ମାନବ ଶୃଙ୍ଖଳ କରି ସଚେତନତା ସୃଷ୍ଟି କରିଥିଲେ। ଏଥିରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ୭୦ରୁ ଅଧିକ ମାନବାଧିକାର କର୍ମୀ ଯୋଗଦେଇଥିଲେ।
ଏହି ମାନବ ଶୃଙ୍ଖଳ ସଚେତନତା କାର୍ଯ୍ୟକ୍ରମରେ ସିଏସ୍ଏଫ୍ଏଚ୍ଆର୍ର ଅଧ୍ୟକ୍ଷ ବାଘାମ୍ବର ପଟ୍ଟନାୟକ, ବିଶ୍ଵପ୍ରିୟ କାନୁନ୍ଗୋ, ଧୀରେନ୍ଦ୍ର ପଣ୍ଡା, ଚନ୍ଦ୍ରନାଥ ଦାନୀ ପ୍ରମୁଖ ସାମିଲ ଥିଲେ। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମାନବିକ ଅଧିକାର ଆୟୋଗର ସଦସ୍ୟ ଅସୀମ ଅମିତାଭ ଦାସ ମାନବ ଅଧିକାର କର୍ମୀଙ୍କୁ ଉତ୍ସାହିତ କରିଥିଲେ।