ଚନ୍ଦ୍ରଶେଖରପୁର: ପ୍ରତ୍ୟେକ ଅନୁଷ୍ଠାନର ମାନବସମ୍ବଳ ବିଭାଗ ହେଉଛି ସେହି ଅନୁଷ୍ଠାନର ମେରୁଦଣ୍ଡ। ତେଣୁ ବଦଳୁଥିବା ଯୁଗ ଅନୁଯାୟୀ ଆମକୁ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ମାନବସମ୍ବଳ ଦକ୍ଷତା ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି ବୋଲି ନାଲ୍‌କୋ ମାନବ ସମ୍ବଳ ବିଭାଗର ନିର୍ଦ୍ଦେଶକ ରାଧାଶ୍ୟାମ ମହାପାତ୍ର କହିଛନ୍ତି। ଓଡ଼ିଶା ସିଏସ୍‌ଆର ଫୋରମ୍‌ ଓ ସୃଷ୍ଟି ଏକା‌ଡେମିର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ସିଏସ୍‌ଆର୍ ଫୋରମ୍‌ର ଅଧ୍ୟକ୍ଷ ବ୍ରଜେନ୍ଦ୍ର କୁମାର ମିଶ୍ର, ରାଉଲକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ର ପି ଆଣ୍ଡ୍ ଏ ପ୍ରମୋଦ କୁମାର ଶତପଥୀ, ଏନ୍‌ଟିପିସି ମାନବସମ୍ବଳର ବରିଷ୍ଠ ମହାପ୍ରବନ୍ଧକ ରଜନୀଶ ରସ୍ତୋଗୀ, ଓଏଚ୍‌ପିସି ମାନବସମ୍ବଳ ନିର୍ଦ୍ଦେଶକ ପ୍ରବୋଧ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ମତବ୍ୟକ୍ତ କରିଥିଲେ। ଆଲୋଚନାଚକ୍ରକୁ ଓଏସ୍‌ଏଲ୍‌ ଗ୍ରୁପ୍‌ର ଏଚ୍‌ଆର୍ ମୁଖ୍ୟ ପ୍ରଫୁଲ୍ଲ କୁମାର ପଣ୍ଡା, ପିପିଏଲ୍‌ର ସୁଧିରଞ୍ଜନ ମିଶ୍ର ପରିଚାଳନା କରିଥିଲେ। ସୃଷ୍ଟି ଏକାଡେମି ନିର୍ଦ୍ଦେଶକ ଗଙ୍ଗାଧର ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଅଧ୍ୟାପକ ଅକ୍ଷୟ ନୃସିଂହ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ। ଅନୁଷ୍ଠାନର ଚେୟାରମ୍ୟାନ୍ ସରୋଜ କୁମାର ସାହୁ କୃତଜ୍ଞତା ଜଣାଇଥିଲେ।