ଏଏସବିଏମ୍‌ ବିଶ୍ବବିଦ୍ୟାଳୟରେ ଶତପ୍ରତିଶତ କ୍ୟାମ୍ପସ୍‌ ପ୍ଲେସ୍‌ମେଣ୍ଟ

ଭୁବନେଶ୍ବର: ଏଏସବିଏମ୍‌ ବିଶ୍ବବିଦ୍ୟାଳୟର ସମସ୍ତ ଏମବିଏ ଶେଷବର୍ଷ ଛାତ୍ରଛାତ୍ରୀ କ୍ୟାମ୍ପସ ପ୍ଲେସ୍‌ମେଣ୍ଟରେ ଭାଗନେଇ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ଏଏସବିଏମ୍‌ ବିଜନେସ୍‌ ସ୍କୁଲର ଡିନ୍‌ ପ୍ରଫେସର ମନ୍ମଥ ସାମନ୍ତରାୟ ଏହି ସୂଚନା ଦେଇଛନ୍ତି। ଚଳିତବର୍ଷ ୩୯ଟି ଜାତୀୟ ଏବଂ ଅନ୍ତର୍ଜାତୀୟ କମ୍ପାନି କ୍ୟାମ୍ପସ ପ୍ଲେସ୍‌ମେଣ୍ଟ ଡ୍ରାଇଭ୍‌ରେ ଭାଗ ନେଇଥିଲେ। କମ୍ପାନିମାନଙ୍କ ତାଲିକାରେ ଏଚଡିଏଫସି ବ୍ୟାଙ୍କ, ଆଇସିଆଇଆଇ, ବର୍ଜର ପେଣ୍ଟସ୍‌, ସିଜ୍‌ ଫାୟର, ଗୋଦରେଜ, ରାମ୍‌କି, ବାଇଜୁସ୍‌, ଗତି କେ ଡବ୍ଲୁ ଇ, ଇନ୍‌ଫିନିଟି, ଫୋନ୍‌ ପେ, ଇନ୍‌ ଟୁ ଆଇଟି, କୋଟାକ୍‌, ଏସବିଆଇ ଲାଇଫ୍‌, ଏସଆଣ୍ଡପି ଗ୍ଲୋବାଲ, ଅନପୂର୍ଣ୍ଣା ଫାଇନାନ୍ସ, ଇଣ୍ଡିଆ ମାର୍ଟ ପ୍ରଭୃତି ପ୍ରମୁଖ କମ୍ପାନି ଅଛନ୍ତି।

ପ୍ରକାଶଥାଉକି ଏଏସବିଏମ୍ ୨୦୦୮ମସିହାରୁ ଲଗାତାର ଶତପ୍ରତିଶତ ପ୍ଲେସ୍‌ମେଣ୍ଟ ରେକର୍ଡ କରିଆସୁଛି। ବହୁ ଛାତ୍ରଛାତ୍ରୀ ଦୁଇଟିରୁ ତିନୋଟି ଚାକିରି ପାଇଛନ୍ତି। ତିନୋଟି ଅଫର ପାଇଥିବା ଛାତ୍ର ଅମ୍ଳାନ ଜେନା ଏହି ସଫଳତା ପାଇଁ ଏଏସବିଏମ୍‌ ଫିନିସିଂ ସ୍କୁଲ୍ ଅପ୍ରୋଚ, ବିଶ୍ବବିଦ୍ୟାଳୟର ପରିବେଶ ଓ ଆଇଆଇଏମସ୍ତରର ପାଠପଢ଼ା ପ୍ରଣାଳୀର ପ୍ରଶଂସା କରିଛନ୍ତି। ସେହିପରି ୩ଟି ଅଫର ପାଇଥିବା ଯଯାତି କେଶରୀ ଏଏସବିଏମ୍‌ର ପାଠପଢ଼ା ଶୈଳୀ, ପ୍ରଫେସର ବିଶ୍ବଜିତ ପଟ୍ଟନାୟକଙ୍କ ଶିଳ୍ପ ଜଗତରେ ଖ୍ୟାତି ଏବଂ ଅନ୍ତର୍ଜାତୀୟ ଆକ୍ରିଡିଟେସନ୍‌ ବହୁ ପରିମାଣରେ ସହାୟକ ହୋଇଛି ବୋଲି ପ୍ରକାଶ କରିଛନ୍ତି। ଏଏସବିଏମ୍‌ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ତଥା କୁଳାଧ୍ୟକ୍ଷ ପ୍ରଫେସର ବିଶ୍ବଜିତ ପଟ୍ଟନାୟକ ଏହି ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ କ୍ୟାମ୍ପାନିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। କୁଳପତି ପ୍ରଫେସର କଲ୍ୟାଣ ରାୟ ଏହି ସଫଳତା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର