ବାଲିଅନ୍ତା : ବିଜେଡିରେ ମିଶିଲେ ଶତାଧିକ କର୍ମୀ

ବାଲିଅନ୍ତା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ ତମ ଜନ୍ମ ଦିବସ ଅବସରରେ ବାଲିଅନ୍ତା ବ୍ଲକ ଅଧୀନ ଗଡ଼ଶ୍ରୀରାମପୁରସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆଜି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ଶତାଧିକ କର୍ମୀ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ୍ ହୋଇଥିଲେ। ଆୟୋଜିତ ସଭାରେ ବରିଷ୍ଠ ନେତା ଚନ୍ଦନ କୁମାର ପାତ୍ର ଅଧ୍ୟକ୍ଷତା କରିଥିଲେ। ବାଲିଅନ୍ତା ବ୍ଲକ ବିଜେଡି ସଭାପତି ପ୍ରଦୀପ୍ତ ଜେନାମଣି, ବାଲିପାଟଣା ବ୍ଲକ ବିଜେଡି ସଭାପତି କିଶୋର ଜେନା, କୁରୁଞ୍ଜିପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତୃପ୍ତିପ୍ରସାଦ ଛୋଟରାୟ ଏବଂ ମହାସଂଘ ନାରୀନେତ୍ରୀ ସୀତା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସଭ୍ୟ ସଂଗ୍ରହ ପ୍ରକ୍ରିୟାକୁ ବ୍ୟାପକ କରାଯିବା ସହ ତୃଣମୂଳସ୍ତରରୁ ସଂଗଠନକୁ ସୁଦୃଢ଼ କରିବା ନେଇ ଏଥିରେ ଗୁରୁତ୍ବା‌‌ରୋପ କରାଯାଇଥିଲା।

ଏହି ମିଶ୍ରଣ ପର୍ବରେ ବାଲିପାଟଣା ବ୍ଲକ୍‌ ଅଧୀନ ରାଜସ ପଞ୍ଚାୟତ ଏବଂ କୁରୁଞ୍ଜିପୁର ପଞ୍ଚାୟତର ଅନ୍ୟ ଦଳର ଶତାଧିକ କର୍ମୀ ବିଜେଡିରେ ଯୋଗ ଦେଇଥିଲେ। ରାଜସ ପଞ୍ଚାୟତ ମହାସଂଘର ସଂପାଦିକା ବୀଣା ଭୋଇ, ମନୋରମା ସ୍ବାଇଁ ଏବଂ କୁରୁଞ୍ଜିପୁର ପଞ୍ଚାୟତର ପ୍ରଫୁଲ୍ଲ କୁମାର ମହାନ୍ତି, ହରମୋହନ ସ୍ବାଇଁ, ଉପେନ୍ଦ୍ର ସ୍ବାଇଁ, ନାରାୟଣ ସ୍ବାଇଁ, ଆନନ୍ଦ ସ୍ବାଇଁ ଏବଂ ସୁରେନ୍ଦ୍ର ସ୍ବାଇଁ ପ୍ରମୁଖଙ୍କ ନେତୃତ୍ବରେ ୨୦୦ରୁ ଅଧିକ ଯୁବକର୍ମୀ ବିଜେଡିର ପ୍ରାଥମିକ ସଭ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର