ବାଣୀବିହାରରେ ଆମରଣ ଅନଶନ: ଆଉ ଜଣେ ଛାତ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଛାତ୍ର ପରିଷଦ ଗଠନ ନେଇ ଉତ୍କଳ ବିଶ୍ୱବିିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଅନଶନରେ ଶନିବାର ଆଉ ଜଣେ ଛାତ୍ର ଅସୁସ୍ଥ ହୋଇଛନ୍ତି। ତାଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥ ଛାତ୍ରଙ୍କ ନାମ ବସନ୍ତ ଦାସ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଅନଶନ ବେଳେ ଶୁକ୍ରବାର ସନ୍ଧ୍ୟାରେ ଜଣେ ଛାତ୍ର ଅଚ୍ୟୁତ ବେହେରା ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଛାତ୍ର ପରିଷଦ ଗଠନ ନେଇ ହୋଇଥିବା ଆନ୍ଦୋଳନ ଶନିବାର ଅପରାହ୍ନ ପର୍ଯ୍ୟନ୍ତ ଜାରି ରହିଥିବା ବେଳେ ବହୁ ସଂଖ୍ୟାରେ ଛାତ୍ର ଏପର୍ଯ୍ୟନ୍ତ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର