ଭୁବନେଶ୍ବର : ୧୬ ନମ୍ବର ୱାର୍ଡରେ ବିଜେପି କର୍ପୋରେଟର ପ୍ରାର୍ଥୀ ପୁଷ୍ପଲତା ନାଥ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଛନ୍ତି। ଗୁରୁବାର ଦିନ ସେ ମୈତ୍ରୀବିହାର, ଲକ୍ଷ୍ମୀପୁର ବସ୍ତି, ବାଜପେୟୀ ନଗର, ତାରିଣୀନଗର, ସାହୁ ସାହି, ନୀଳଚକ୍ରନଗର ପ୍ରଭୃତି ଅଞ୍ଚଳରେ ବୁଲି ଭୋଟ୍ ଭିକ୍ଷା କରିଛନ୍ତି। ତାଙ୍କ ସ୍ବାମୀ ତଥା ବସ୍ତି ବାସିନ୍ଦା ଓ ଶ୍ରମିକ ନେତା ଅଞ୍ଜନ ନାଥ ତାଙ୍କ ସହ ବୁଲି ଜନସାଧାରଣଙ୍କୁ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ୱାର୍ଡରେ ଖେଳ ପଡ଼ିଆ ନାହିଁ। ରାସ୍ତାଘାଟ ମଧ୍ୟ ମରଣଯନ୍ତା ହୋଇରହିଛି। କମ୍ୟୁନିଟି ହଲ୍ ଓ ପୋଖରୀ ମଧ୍ୟ ନାହିଁ। ଦୀର୍ଘ ଦିନ ହେବ ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯାଉନାହିଁ। ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ପାଇଁ ଯୋଗ୍ୟ ହିତାଧିକାରୀ ରହିଥିଲେ ମଧ୍ୟ ସେମାନଙ୍କ ଦିଆଯାଉନାହିଁ। ଆଗକୁ ଏହି ସବୁ ସମସ୍ୟା କିଭଳି ସମାଧାନ ହେବ, ସେ ନେଇ ପୁଷ୍ପଲତା ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୧୬ରେ ପ୍ରଚାର ମଇଦାନରେ ସ୍ୱାମୀ-ସ୍ତ୍ରୀ
/sambad/media/post_attachments/wp-content/uploads/2022/03/m3-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)