ଭୁବନେଶ୍ବର : ପତ୍ନୀକୁ ଛୁରିରେ ଆକ୍ରମଣ ଓ ନିର୍ଯାତନା ଦେବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ସ୍ବାମୀକୁ ଗିରଫ କରିଛି। ସେ ହେଲା ଲକ୍ଷ୍ମୀସାଗର ତଳସାହି ତ୍ରିନାଥ ମନ୍ଦିର ଅଞ୍ଚଳର ମାନସ ବିଶ୍ବାଳ(୩୧)। ତା’ଠାରୁ ଗୋଟିଏ ଛୁରି ଜବତ କରାଯାଇଛି। ୨୦୧୫ ମସିହାରେ ମାନସ ମିତା ବିଶ୍ବାଳଙ୍କୁ ବିବାହ କରିଥିଲା। ବିବାହର କିଛିଦିନ ପରେ ଯୌତୁକ ନେଇ ମାନସ ତାଙ୍କୁ ନିର୍ଯାତନା ଦେଇ ଚାଲିଥିଲା। ସ୍ବାମୀ କିଛି କରୁନଥିବାରୁ ମିତା ଏକ ଦୋକାନ ଖୋଲି ସେଥିରୁ ଯାହା ରୋଜଗାର ହୁଏ ପରିବାର ଚଳାନ୍ତି। ହେଲେ ମାନସ ମଝିରେ ମଝିରେ ଦୋକାନ ଟଙ୍କାକୁ ନେଇ ନିଶା ଖାଏ। ଯାହାକୁ ନେଇ ପତି-ପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିରହିଥିଲା। ତେବେ ଗତ ୧୧ ଦିନ ମାନସ ପୁଣି ଟଙ୍କା ନେଇ ମଦ ପିଇଥିଲା। ପତ୍ନୀ ବାରଣ କରିବାରୁ ତାଙ୍କୁ ଗାଳିଗୁଲଜ କରିବା ସହ ଏକ ଛୁରିରେ ଆକ୍ରମଣ କରିଥିଲା। ଫଳରେ ମିତା ଆହତ ହୋଇଥିଲେ। ଏନେଇ ସେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଆଜି ମାନସକୁ କୋର୍ଟ ଚାଲାଣ କରିଛି।
ପତ୍ନୀଙ୍କୁ ଛୁରିରେ ଆକ୍ରମଣ, ସ୍ବାମୀ ଗିରଫ
/sambad/media/post_attachments/wp-content/uploads/2022/03/arrest-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)