ପତ୍ନୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ସ୍ବାମୀ ଗିରଫ

ଭୁବନେଶ୍ବର : ପତ୍ନୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା ମାମଲା‌ରେ ଅଭିଯୁକ୍ତ ସ୍ବାମୀଙ୍କୁ ସହିଦନଗର ଥାନା ପୁଲିସ୍‌ ବର୍ଷକ ପରେ ଗିରଫ କରିଛି। ସେ ହେଲେ, କେଶୁରା ଅଞ୍ଚଳର ମହେନ୍ଦ୍ର କୁମାର ରାଉତ(୩୩)।

ସୂଚନା ମୁତାବକ, ୨୦୧୫ ମସିହାରେ ମହେନ୍ଦ୍ର ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳର ଶୁଭଲକ୍ଷ୍ମୀ ରାଉତଙ୍କୁ ବିବାହ କରିଥିଲେ। ବାପଘରୁ ଅଧିକ ଯୌତୁକ ଆଣିବା ପାଇଁ ମହେନ୍ଦ୍ର ଓ ତାଙ୍କ ପରିବାରଲୋକ ବିଭିନ୍ନ ସମୟରେ ଶୁଭଲକ୍ଷ୍ମୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଦିନକୁ ଦିନ ଅତ୍ୟାଚାର ବଢ଼ିବାରୁ ଏଥିରେ ଅତିଷ୍ଠ ହୋଇ ୨୦୨୧ ମସିହା ଜୁନ୍‌ରେ ଶୁଭଲକ୍ଷ୍ମୀ ନିଜ ଜୀବନ ହାରି ଦେଇଥିଲେ। ତେବେ ଏ ସଂପର୍କରେ ଶୁଭଲକ୍ଷ୍ମୀଙ୍କ ବାପା ଜ୍ଞାନେନ୍ଦ୍ର ଖୁଣ୍ଟିଆ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ମହେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର