ଦ୍ବିତୀୟ ବିବାହ କରି ସ୍ବାମୀ ଗିରଫ, ୬ ବର୍ଷ ପରେ ଧରାପଡ଼ିଲା

ଭୁବନେଶ୍ବର : ପ୍ରଥମ ପତ୍ନୀଙ୍କୁ ନିର୍ଯାତନା ଦେବା ସହ ଦ୍ବିତୀୟ ବିବାହ କରିଥିବା ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି। ଅଭିଯୁକ୍ତ ହେଲେ କଟକ ଜିଲ୍ଲା କାନପୁର ଥାନା କାଞ୍ଜିଆପଦା ଅଞ୍ଚଳର ପ୍ରଫୁଲ ବେହେରା ଓରଫ୍ ପ୍ରଫୁଲ୍ଲ ପ୍ରଧାନ। ସେ ଏୟାରପୋର୍ଟ ଥାନା ଅଧୀନ କେଳାବସ୍ତିରେ ରହୁଛି। ପୁଲିସ ସୂଚନା ଅନୁସାରେ, ପ୍ରଫୁଲ୍ଲ ପୂର୍ବରୁ ବଡ଼ଗଡ଼ ଅଞ୍ଚଳରେ ରହୁଥିଲା ଓ ପ୍ରମିଳା ବେହେରାଙ୍କୁ ବିବାହ କରିଥିଲା। ବ୍ୟବସାୟ କରିବା ପାଇଁ ପ୍ରମିଳାଙ୍କଠାରୁ ଦୁଇ ଲକ୍ଷ ଟଙ୍କା ନେଇଥିଲା। ତେବେ ପରେ ସେ ବିଭିନ୍ନ ବାହାନା କରି ପ୍ରମିଳାଙ୍କୁ ନିର୍ଯାତନା ଦେଇ ଚାଲିଥିଲା। କିଛି ଦିନ ପରେ ପ୍ରମିଳାଙ୍କ ପାଖରୁ ଅଲଗା ହେବା ସହ ବଡ଼ଗଡ଼ରୁ ଯାଇ ଏୟାରପୋର୍ଟ କେଳାବସ୍ତିରେ ରହିଥିଲା। ଏହା ପରେ ଦ୍ବିତୀୟ ବିବାହ କରିଥିଲା। ଏ ସଂକ୍ରାନ୍ତରେ ପ୍ରମିଳା ୨୦୧୫ ଜୁଲାଇ ୧୧ ତାରିଖରେ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା। କିନ୍ତୁ ପ୍ରଫୁଲ୍ଲ ଫେରାର୍ ହୋଇଯିବାରୁ ପୁଲିସ ତା’ର ଟେର୍ ପାଇନଥିଲା। ତେବେ ଦୀର୍ଘ ୬ ବର୍ଷ ପରେ ସେ ରାଜଧାନୀକୁ ଫେରିଥିଲା ଓ କାର୍‌ଗିଲ ବସ୍ତିରେ ରହିଥିଲା। ଖବର ପାଇ ପୁଲିସ ତାକୁ ଗିରଫ କରିଛି।

ସମ୍ବନ୍ଧିତ ଖବର