ପୁରୁଣା ଭୁବନେଶ୍ୱର : ଯୌତୁକ ନିର୍ଯାତନା ସହ ପତ୍ନୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଏୟାରପୋର୍ଟ ଥାନା ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା, ଏୟାରପୋର୍ଟ ଥାନା ଅଧୀନ ଗଙ୍ଗନଗରର ସେନାପତି କଲୋନିର କୃଷ୍ଣଚନ୍ଦ୍ର ଦାସ(୪୨)। ତା’ ନିଜ ଘର ନୟାଗଡ଼ ଶରଣକୁଳ ଥାନା ଅଧୀନ ବାଉଁଶିଆ ଅଞ୍ଚଳରେ ବୋଲି ଜଣାପଡ଼ିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପତ୍ନୀ ସ୍ନେହଲତାଙ୍କୁ ବାପ ଘରୁ ଟଙ୍କା ଆଣିବାକୁ କହି କୃଷ୍ଣଚନ୍ଦ୍ର ବାରମ୍ବାର ତାଙ୍କୁ ମାଡ଼ ମାରୁଥିଲା। ତେବେ ନିର୍ଯାତନା ଅସହ୍ୟ ହେବାରୁ ସ୍ନେହଲତା ଥାନାରେ ଅଭିଯୋଗ କରିଥିଲେ। ଏହା ଜାଣି ପାରି କୃଷ୍ଣଚନ୍ଦ୍ର ଫେରାର୍ ହୋଇଯାଇଥିଲା। ଆଜି ପୁଲିସ ତାକୁ ଶରଣକୁଳରୁ ଗିରଫ କରିଛି।
ପତ୍ନୀଙ୍କୁ ଯୌତୁକ ନିର୍ଯାତନା, ସ୍ବାମୀ ଗିରଫ
/sambad/media/post_attachments/wp-content/uploads/2020/11/arrest-DH-1000094867-1537906823.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)