ଭୁବନେଶ୍ୱର: ସରିଛି ସମ୍ମାନ ଓ ସଂଗୀତର ପର୍ବ ‘ଗୁରୁ ପ୍ରଣାମ ଉତ୍ସବ’। ସୁଷମା ସଂଗୀତ ସଦନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଦୁଇଦିନ ବ୍ୟାପୀ ଆୟୋଜିତ ଏହି ପର୍ବର ଶେଷ ସନ୍ଧ୍ୟାରେ ଆୟୋଜିତ ହୋଇଥିଲା ସୁଗମ ସଂଗୀତର ଆସର। ମମତାର ବାଲିଘର.., ହେ ମଦ ଭରା ଆଖି.., ଆ ନିଦ ଆ.., ସେଇ ଚୁନାଚୁନା ତାରା.., ରଜନୀ ଗୋ.., ଆଜି ମୁଁ ଶ୍ରାବଣୀ.., ରେ ପ୍ରିୟା ମୋର.., ମୁଁ ପରଦେଶୀ ଚଢ଼େଇ.., କୋଇଲି କରେ କୁହୁକୁହୁ.., ମୟୂରୀ ଗୋ.., ଅଦିନେ ମଲ୍ଲି ମହକ..ଭଳି ଓଡ଼ିଆ ସହ ହିନ୍ଦୀ ସଂଗୀତ ଶୁଣିବାକୁ ମିଳିଥିଲା। ଗାଇ ଶୁଣାଇଥିଲେ ଲକ୍ଷ୍ମୀକାନ୍ତ ପାଲିତ୍, ବିଦ୍ୟୁତପ୍ରଭା ପାଲିତ୍, ଛନ୍ଦା ମିଶ୍ର, ଆଦ୍ୟାଶା ଦାସ, ମିତାଲି ଚିନାରା, ବନ୍ଦିଶ୍, ରନ୍ଦିପ୍, ପ୍ରଣବଜ୍ୟୋତି, ନନ୍ଦିନୀ, ମନୋରଂଜନ ଏବଂ ଅଶ୍ୱିନୀ। ବାଦ୍ୟାଂଶେ ସହଯୋଗ କରିଥିଲେ ପ୍ରେମ ଶଙ୍କର, ସଂଜୟ, ବରଦା, ପିଙ୍କୁ, ପ୍ରିୟରଂଜନ, େଓ୍ଵଣ୍ଡେଲ୍ ଏବଂ ଏମ୍ ସୀମାଦ୍ରି। ପରିଚାଳନା କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ୍। ଶେଷ ସନ୍ଧ୍ୟାରେ ଡ.କରୁଣାକର ପ୍ରଧାନ, ଚିତ୍ତରଂଜନ ମଲିଆ, ସୂର୍ଯ୍ୟ ଦେଓ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂଗୀତ ସଦନର ସଭାପତି ଧୀରେନ୍ଦ୍ର ରାୟ ଏବଂ ସମ୍ପାଦକ ଲକ୍ଷ୍ମୀକାନ୍ତ ପାଲିତ୍ ପ୍ରମୁଖ ଉପସ୍ଥିତ ରହି ସଂଗୀତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।
ମୁଁ ପରଦେଶୀ ଚଢ଼େଇ...
ସରିଲା ଗୁରୁ ପ୍ରଣାମ ଉତ୍ସବ
/sambad/media/post_attachments/wp-content/uploads/2018/02/m25.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)