ଚନ୍ଦ୍ରଶେଖରପୁର: ବିଶ୍ୱାସ କର ମୁଁ କେବଳ ତୁମକୁ ହିଁ ଭଲପାଏ। ସେ ଅଯଥାରେ ମୋ ନାଁରେ ବଦ୍ନାମ କରୁଛି। ମୁଁ ତାକୁ କେବଳ ଥରୁଟିଏ କିସ୍ କରିଛି। ଏମିତି କିଛି କଥା କହି ନିଜ ପ୍ରେମିକାଙ୍କୁ ପଟେଇବାକୁ ଚେଷ୍ଟା କରୁଥାଆନ୍ତି ଏକ ପ୍ରତିଷ୍ଠିତ ଘରୋଇ ଶିକ୍ଷାନୁଷ୍ଠାନରେ କୋଚିଂ ନେଉଥିବା ଜଣେ ଯୁବକ। ଏହାର ଜବାବରେ ସେହି ଯୁବକର ପ୍ରେମିକା ବୋଲି ଦାବି କରୁଥିବା ଆଉ ଜଣେ ଛାତ୍ରୀ କିନ୍ତୁ ଯୁବକକୁ କଡ଼ା ଭାଷାରେ ଜବାବ ଦେଉଥାଆନ୍ତି। ପାଲ୍ ହାଇଟ୍ସ ମଲ୍ରେ କଣ ପ୍ରତିଶ୍ରୁତି ଦେଇଥିଲ? ସେଦିନ ରେଷ୍ଟୁରାଣ୍ଟ୍ ଓ ପାର୍କରେ କଣ କହିଥିଲ? ଏପରି କହି ଠୋ ଠା ଚଟ୍କଣି ଲଗାଉଥାନ୍ତି ଉକ୍ତ ଯୁବତୀ। ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଫରେଷ୍ଟ ପାର୍କ ପଛ ପାଖରେ ୨ ଯୁବତୀଙ୍କ ସହ ଜଣେ ଯୁବକଙ୍କ ଏମିତି ଗରମାଗରମ ଯୁକ୍ତିତର୍କ ପରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଘଟଣା ଅନୁଯାୟୀ ଯୁବକ ଜଣଙ୍କ ନିଜର ଜଣେ ସହପାଠିନୀଙ୍କୁ ପ୍ରେମ କରୁଛି। ତେବେ ନିଜର ସରଳ ଚେହେରା ଆଉ ମିଠା କଥାରେ ତାଙ୍କ ପ୍ରେମିକାର ଜଣେ ସିନିଅର୍କୁ ମଧ୍ୟ ସେ ପ୍ରେମ ଜାଲରେ ଫସେଇଛି। ନିଜ ପ୍ରେମିକ ମୋବାଇଲ୍ରୁ ସେହି ସିନିଅର୍ ଝିଅର ଫଟୋ ତଥା ମେସେଜ୍ ଦେଖି ଏହା ଜାଣିବାକୁ ପାଇଥିଲେ ସେ। ପରେ ନିଜ ପ୍ରେମିକ ଆଉ ସେହି ଯୁବତୀଙ୍କୁ ଏକାଠି କରି ଘଟଣାର ରଫାଦଫା କରିବାକୁ ଚାହିଁଥିଲେ। ଏହି କ୍ରମରେ ନିଜ ସାଙ୍ଗ ସହିତ ଫରେଷ୍ଟ ପାର୍କ ପଛ ପାଖକୁ ଆସିଥିବା ଆର ଯୁବତୀ ଜଣଙ୍କ ଏହାର ରହସ୍ୟ ଖୋଲିଥିଲେ। ପ୍ରାୟ ତିନି ଘଣ୍ଟା ପର୍ଯ୍ୟନ୍ତ ଲାଗିଥିଲା କଥା କଟାକଟି। ପ୍ରେମିକାକୁ ବୁଝାଇବାକୁ ଭରପୂର ପ୍ରୟାସ୍ କରିଥିଲେ ହେଁ ଯୁବକଙ୍କ ମିଛ ଧରା ପଡ଼ିଯାଇଥିଲା। ଆଉ ଯୁବତୀ ଦ୍ୱୟ ତାଙ୍କୁ ନିସ୍ତୁକ ଛେଚିଥିଲେ।
ମୁଁ କେବଳ ତୁମକୁ ହିଁ ଭଲପାଏ!
ରଙ୍ଗିଲା ରୋମିଓଙ୍କ ବିକଳ ଚିତ୍କାର
/sambad/media/post_attachments/wp-content/uploads/2018/01/gettyimages-108115555.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)