ଭୁବନେଶ୍ବର: ଚିତ୍ର କହୁଥିଲା ଶିମିଳିପାଳ ଅଭୟାରଣ୍ୟର ଅପରୂପ ସୌନ୍ଦର୍ଯ୍ୟର କଥା। ପ୍ରକୃତି ଓ ଜୀବଜନ୍ତୁଙ୍କ ନିବିଡ଼ ସମ୍ପର୍କ ଚିତ୍ରଶିଳ୍ପୀଙ୍କ ରଙ୍ଗତୂଳୀ ବୟାନ କରୁଥିଲା। ଶିମିଳିପାଳ ଅଭୟାରଣ୍ୟର ପ୍ରାକୃତିକ ପରିବେଶରେ ଆୟୋଜିତ ୫ ଦିନିଆ କର୍ମଶାଳାରେ ଶିଳ୍ପୀମାନେ ଆଙ୍କିଥିବା ୨୦ଟି ଚିତ୍ରକଳାକୁ ନେଇ ପ୍ରସ୍ତୁତ ଏକ କାଟ୍ଲଗ୍ ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟ ସହ ଚିତ୍ରଶିଳ୍ପୀଙ୍କ ଅଦ୍ଭୁତ ପ୍ରତିଭାକୁ ପ୍ରଦର୍ଶିତ କରୁଛି। ଆଜି ରାଷ୍ଟ୍ରୀୟ ଲଳିତ କଳା ଏକାଡେମି ପରିସରରେ ‘କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ’ ପକ୍ଷରୁ ଆୟୋଜିତ ‘ଆଇ ଆମ୍ ୱିଥ୍ ନେଚର’ ଶୀର୍ଷକ ଚିତ୍ରକଳା ପ୍ରଦର୍ଶନୀରେ ଏହି କାଟ୍ଲଗ୍ ଉନ୍ମୋଚିତ ହୋଇଛି। ଆଜିର ଏହି ଚିତ୍ରକଳା ପ୍ରଦର୍ଶନୀରେ ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ୧୦ଜଣ ବିଶିଷ୍ଟ ଓଡ଼ିଆ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ପ୍ରଦର୍ଶିତ ହେଉଛି। ଏଥିସହ କର୍ମଶାଳା ସମୟରେ ଶିମିଳିପାଳର ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ତଥା ଲୁଲୁଙ୍ଗ ଗ୍ରାମର ମହିଳାମାନଙ୍କୁ ନେଇ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଚିତ୍ରକଳା ଓ ଝୋଟି ଚିତାଗୁଡ଼ିକୁ ପ୍ରଦର୍ଶନୀରେ ସ୍ଥାନିତ କରାଯାଇଛି। ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ଲଳିତ ମାନସିଂହ ଓ ଡାକ୍ତର ଜେ. ପି. ଦାସ ଅତିଥି ଭାବେ ଯୋଗ ଦେଇ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ବରିଷ୍ଠ ଶିଳ୍ପୀ ରାମହରି ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପ୍ରଦର୍ଶନୀ ଆସନ୍ତା ୧୫ ତାରିଖ ଯାଏଁ ଚାଲିବ।
‘ଆଇ ଆମ୍ ୱିଥ୍ ନେଚର୍’ ପ୍ରଦର୍ଶନୀ ଆରମ୍ଭ, ଚିତ୍ରରେ ଶିମିଳିପାଳ ସୌନ୍ଦର୍ଯ୍ୟ କଥା
/sambad/media/post_attachments/wp-content/uploads/2020/01/4dgjhd9gj7d98g7jdg65j4dg65j4g6d5jdgjdgjgdjncndgjdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)