ଆଇସିଏଆର୍‌ରେ ବିଶ୍ୱ ମୃତ୍ତିକା ଦିବସ

ଭୁବନେଶ୍ୱର: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍‌) ଏବଂ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ(ସିଆଇଡବ୍ଲୁଏ)ର ମିଳିତ ସହଯୋଗରେ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ଆଇସିଏଆର୍‌ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୃତ୍ତିକ ସଂରକ୍ଷଣ, ମୃତ୍ତିକା ପରୀକ୍ଷଣର ଆବଶ୍ୟକତା, ସହରାଞ୍ଚଳରେ ମହିଳା କୃଷି, ପାକଶାଳା ବଗିଚା, ଜୈବିକ ସାରର ଆବଶ୍ୟକତା ସଂପର୍କରେ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଆଇସିଏଆର୍‌ର ନିର୍ଦେଶକ ଡ. ଏସ୍‌ କେ ଶ୍ରୀବାସ୍ତବ, ମୁଖ୍ୟବକ୍ତା ଭାବେ ଓୟୁଏଟିର ଅବସରପ୍ରାପ୍ତ ପ୍ରଫେସର ପି ସି ଲେଙ୍କା, ସମ୍ମାନିତ ଅତିଥି ଭାବେ ଆଇସିଏଆର୍‌ର ପ୍ରଧାନ ବୈଜ୍ଞାନିକ ଡ. ଜ୍ୟୋତି ନାୟକ, ଡ. ଲକ୍ଷ୍ମୀପ୍ରିୟା ସାହୁ ଓ ଗାୟତ୍ରୀ ମହାରଣା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରିଷଦ ପକ୍ଷରୁ ୪ ତାରିଖରେ କେ-୪ କଳିଙ୍ଗବିହାରସ୍ଥିତ ଶତାକ୍ଷୀ ମହିଳା ସଂଗଠନ ପରିସରରେ କୃଷିଜୀବୀ ମହିଳା ଦିବସ ପାଳିତ ହୋଇଥିଲା। ଏଥିରେ ସଂଗଠନର ସଭ୍ୟାମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସଂଗଠନର ସଭ୍ୟାମାନଙ୍କୁ ନେଇ ବକ୍ତତା ଓ ସାଧାରଣଜ୍ଞାନ ପ୍ରତିଯୋଗିତା କରାଯାଇଥିଲା। ବକ୍ତତାରେ ସବିତା ପୃଷ୍ଟି ପ୍ରଥମ, ମମତା ବିଶ୍ୱାଳ ଦ୍ୱିତୀୟ ଓ ଅଞ୍ଜଳି ମୁଖାର୍ଜୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ନର୍ମଦା ରଥ ପ୍ରଥମ, ମଧୁସ୍ମିତା ପାତ୍ର ଦ୍ୱିତୀୟ ଓ ଝଞ୍ଜା ଦାସ ଅଧିକାରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ସମ୍ବନ୍ଧିତ ଖବର