ଆଇସିସି ମହିଳା ଲିଡରସିପ୍ ସମ୍ମିଳନୀ : ବର୍ଷକରେ ୧୦୦ ମହିଳା ଉଦ୍ୟୋଗୀଙ୍କୁ ସାମିଲ ଲକ୍ଷ୍ୟ – ତନୟା

ଭୁବନେଶ୍ବର : ଦେଶରେ ପ୍ରଥମଥର ଲାଗି ଇଣ୍ଡିଆନ ଚାମ୍ବର ଅଫ କମର୍ସ (ଆଇସିସି) ସହାୟତାରେ ମହିଳା ଉଦ୍ୟୋଗୀଙ୍କୁ ନେଇ ଆଇସିସି ମହିଳା ଉଦ୍ୟୋଗୀ କମିଟି (ଆଇଡବ୍ଲ୍ୟୁଇସି) ଗଠନ କରାଯାଇଛି। ଏହି କମିଟି ପକ୍ଷରୁ ଏକ ମହିଳା ଲିଡରସିପ୍ ସମ୍ମିଳନୀ ‌ହୋଟେଲ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦୦ଜଣ ମହିଳା ଉଦ୍ୟୋଗୀ ଏକାଠି ହୋଇଥିଲେ। ୪୦ଜଣ ମହିଳା ଉଦ୍ୟୋଗୀଙ୍କୁ ନେଇ ଆଇସିସି ମହିଳା ଉଦ୍ୟୋଗୀ କମିଟି (ଆଇଡବ୍ଲ୍ୟୁଇସି) କମିଟି ଗଠନ କରାଯାଇଛି।

ଆଗାମୀ ବର୍ଷେ ଭିତରେ ୧୦୦ଜଣ ମହିଳା ଉଦ୍ୟୋଗୀଙ୍କୁ ଏହି କମିଟିରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବିଶେଷକରି ଗ୍ରାମାଞ୍ଚଳରେ ଥିବା ମହିଳା ଉଦ୍ୟୋଗୀଙ୍କୁ କମିଟି ପକ୍ଷରୁ ଗୁରୁତ୍ବ ଦିଆଯାଉଛି। ଗ୍ରାମାଞ୍ଚଳର ମହିଳା ଉଦ୍ୟୋଗୀଙ୍କୁ କିଭଳି ଉପଯୁକ୍ତ ସହାୟତା ମିଳିପାରିବ ତାହା କମିଟିର ଲକ୍ଷ୍ୟ ରହିଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ଏହା ଏକ ଭଲ ପ୍ଲାଟଫର୍ମ ହୋଇପାରିବ ବୋଲି ଆଇଡବ୍ଲ୍ୟୁଇସିର କୋର ସଦସ୍ୟା ତନୟା ପଟ୍ଟନାୟକ କହିଛନ୍ତି।

 

ସମ୍ବନ୍ଧିତ ଖବର