ବର୍ଗର ତ ଆପଣ ନିଶ୍ଚିତ ଖାଇଥିବେ। ନିରାମିଷରୁ ଆରମ୍ଭ କରି ଆମିଷ ପର୍ଯ୍ୟନ୍ତ ବଜାରରେ ବିଭିନ୍ନ ପ୍ରକାର ବର୍ଗର ଉପଲବ୍ଧ। କିନ୍ତୁ ଆଇସ୍କ୍ରିମ୍ ବର୍ଗର କଥା କହିଲେ ଟିକେ ଅଡ଼ୁଆ ଲାଗିିବ। କିନ୍ତୁ ଏହାର ସ୍ୱାଦ କିଛି ନିଆରା। ଏବେ ଥଣ୍ଡା ସହିତ ଗରମର ଏକ ନିଆରା ସ୍ୱାଦ ଚାଖିବାକୁ ମିଳିବ ମାଷ୍ଟର କ୍ୟାଣ୍ଟିନ୍ସ୍ଥିତ ‘ବୋକା କାଫେ’ରେ। ଡୋନଟ୍ ବ୍ରେଡ୍ କିମ୍ବା ବର୍ଗର ବ୍ରେଡ୍କୁ ବଟରରେ ହାଲ୍କା ଗରମ କରି ସେଥିରେ ନ୍ୟୁଟ୍ରେଲାକୁ ଲଗେଇ ପରଷାଯାଏ। ଏହା ମଝିରେ ଭାନିଲା ଫ୍ଲେବରର ଆଇସ୍କ୍ରିମ୍ ଦିଆଯାଏ। ତାହା ଉପରେ ଚକ୍ଲେଟ ସିରପ୍କୁ ଦିଆଯାଇ ବର୍ଗର ପ୍ଲେଟ୍ ପରସା ଯାଏ। ଏହାର ଦାମ୍ ରହିଛି ୯୦ଟଙ୍କା। ଏହାକୁ ତିଆରି କରିବା ଅତି ସହଜ। ସେଥିପାଇଁ ଏହାକୁ ଘରେ ମଧ୍ୟ ପ୍ରସ୍ତୁତ କରି ଖାଇପାରିବେ ବୋଲି ସେଫ୍ ତାୟୁମ୍ କହିଛନ୍ତି।
ତାୟୁମ୍ଙ୍କ ଆଇସ୍କ୍ରିମ୍ ବର୍ଗର
/sambad/media/post_attachments/wp-content/uploads/2018/09/ice.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)